Driving Licence: ସୁନ୍ଦରଗଡ଼ ଜିଲ୍ଲାରେ ସାଢେ ୩ ଲକ୍ଷ ଲାଇସେନ୍ସଧାରୀ ଚାଳକ

4 weeks ago 11
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ): ସୁନ୍ଦରଗଡ଼ ଜିଲ୍ଲାରେ ଯାନବାହନ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ, ଗତ ମାର୍ଚ୍ଚ ସୁଦ୍ଧା ଜିଲ୍ଲାର ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୩ ଲକ୍ଷ ୪୬ ହଜାର ୬୦୭ ଜଣଙ୍କୁ ଗାଡ଼ିଚାଳନା ପ୍ରମାଣପତ୍ର (ଡିଏଲ୍‌) ଜାରି କରାଯାଇଛି। ରାଉରକେଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ୨,୪୬,୩୯୧ ଜଣଙ୍କୁ ଡିଏଲ୍‌ ପ୍ରଦାନ କରାଯାଇଥିବାବେଳେ ସୁନ୍ଦରଗଡ଼ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧,୦୦,୨୧୬ ଜଣଙ୍କୁ ଡିଏଲ୍‌ ଦିଆଯାଇଛି। ଅପରପକ୍ଷରେ ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ନାବାଳକ ଛାତ୍ରଛାତ୍ରୀ ବିନା କୌଣସି ବୈଧ ଡ୍ରାଇଭିଂ ଲାଇସେନ୍ସରେ ମୋଟରସାଇକଲ, ସ୍କୁଟି ଚଲାଉଥିବା ଦେଖିବାକୁ ମିଳୁଛି।

ଜିଲ୍ଲାରେ ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଆର୍‌ଟିଓ ପକ୍ଷରୁ ଦୁଇଚକିଆ ଯାନ ପାଇଁ ମୋଟ୍‌ ୧,୯୯,୪୯୨ ଜଣଙ୍କୁ ଡିଏଲ୍‌ ପ୍ରଦାନ କରାଯାଇଥିବାବେଳେ ଚାରିଚକିଆ ଯାନ ପାଇଁ ୧,୨୦,୬୦୨ ଜଣ ଓ ବାଣିଜ୍ୟିକ ପରିବହନ ପାଇଁ ୨୬,୫୧୩ ଜଣଙ୍ଗୁ ଡିଏଲ୍‌ ମିଳିଛି। ଏଥିମଧ୍ୟରୁ ରାଉରକେଲା ଆର୍‌ଟିଓ ପକ୍ଷରୁ ଦୁଇ ଚକିଆ ଯାନ ପାଇଁ ୧,୪୮,୧୮୪ ଜଣ, ଚାରିଚକିଆ ଯାନ ପାଇଁ ୮୩,୨୨୯ ଜଣ ଓ ବାଣିଜ୍ୟିକ ପରିବହନ ପାଇଁ ୧୪,୯୭୮ ଜଣ ଏବଂ ସୁନ୍ଦରଗଡ଼ ଆର୍‌ଟିଓ ଦ୍ବାରା ଦୁଇଚକିଆ ଯାନ ପାଇଁ ୫୧,୩୦୮, ଚାରିଚକିଆ ଯାନ ପାଇଁ ୩୭,୩୭୩ ଓ ବାଣିଜ୍ୟିକ ପରିବହନ ପାଇଁ ୨୬,୫୧୩ ଜଣଙ୍କୁ ଡିଏଲ୍‌ ମିଳିଛି। ଅପରପକ୍ଷରେ ବିନା ଡିଏଲ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ଦୁର୍ଘଟଣା ଆଶଙ୍କା ବଢ଼ିଯାଇଛି, ଯାହାକି ସାଧାରଣ ଜନତାଙ୍କ ପାଇଁ ଏବେ ଚିନ୍ତାର କାରଣ ସାଜିଛି। 

Stolen: ଥାନାରେ କେମିତି ରହିଛି ସୁରକ୍ଷା ବ୍ୟବସ୍ଥା? ଚୋରି ହୋଇଗଲା ୩୨ ଲାଇସେନ୍ସପ୍ରାପ୍ତ ଅସ୍ତ୍ର

ତେବେ ଏହାକୁ ରୋକିବାକୁ ପରିବହନ ବିଭାଗ, ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉନି। ଏମିତିକି ବିଦ୍ୟାଳୟ କର୍ତ୍ତୃପକ୍ଷ, ଅଭିଭାବକ ମଧ୍ୟ ସଚେତନ ହେଉନଥିବାରୁ ସମସ୍ୟାର ସମାଧାନ ହେଉନି। ଉଲ୍ଲେଖଯୋଗ୍ୟ, ପ୍ରାୟ ଦୁଇ ବର୍ଷ ପୂର୍ବେ ଏମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଗତ ୨୦୨୪ ଅଗଷ୍ଟ ମାସରେ ଲଗାତାର ଦୁଇଦିନ ଧରି ଯାଞ୍ଚ କରାଯିବାରୁ ୧୭ ଜଣ ନାବାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରାୟ ୪.୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବିଗତ ଦିନରେ ସ୍କୁଲ ପିଲା ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବାର ଏକାଧିକ ନଜିର ମଧ୍ୟ ରହିଛି। ଏଣୁ ପରିବହନ କର୍ତ୍ତୃପକ୍ଷ ଏନେଇ ସ୍ବତନ୍ତ୍ର ଧ୍ୟାନ ଦେଇ ବ୍ୟାପକ ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.