Drawan: ନାଳରେ ବୁଡ଼ି ଦୁଇବର୍ଷର ଶିଶୁପୁତ୍ର ମୃତ

2 weeks ago 10
ARTICLE AD BOX

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ହଳଦୀଡ଼ିହ ପଞ୍ଚାୟତର ଫଳପୁର ଗ୍ରାମରେ ଆଜି ନାଳରେ ବୁଡ଼ି ୨ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଗ୍ରାମର ଆକାଶ ମଲିକଙ୍କ ଶିଶୁପୁତ୍ର ଶ୍ରୀୟାଂଶୁ(୨) ମଧ୍ୟାହ୍ନରେ ଖାଇସାରି ବାହାରେ ବୁଲୁଥିବା ବେଳେ ଘର ନିକଟରେ ବର୍ଷାପାଣିରେ...

 ନାଳରେ ବୁଡ଼ି ଦୁଇବର୍ଷର ଶିଶୁପୁତ୍ର ମୃତ

ସିଂହପୁର: ଯାଜପୁରଜିଲ୍ଲା ବିଂଝାରପୁର ବ୍ଲକ୍‌ ହଳଦୀଡ଼ିହ ପଞ୍ଚାୟତର ଫଳପୁର ଗ୍ରାମରେ ଆଜି ନାଳରେ ବୁଡ଼ି ୨ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଗ୍ରାମର ଆକାଶ ମଲିକଙ୍କ ଶିଶୁପୁତ୍ର ଶ୍ରୀୟାଂଶୁ(୨) ମଧ୍ୟାହ୍ନରେ ଖାଇସାରି ବାହାରେ ବୁଲୁଥିବା ବେଳେ ଘର ନିକଟରେ ବର୍ଷାପାଣିରେ ପୂର୍ଣ୍ଣ ଥିବା ଏକ ନାଳରେ ପଡ଼ି ଯାଇଥିଲେ। 

ପରିବାର ଲୋକେ ଖୋଜାଖୋଜି କରି ଶ୍ରୀୟାଂଶୁଙ୍କୁ ନପାଇବାରୁ କିଛି ସମୟ ପରେ ସନ୍ଦେହ କରି ଉକ୍ତ ନାଳରେ ଖୋଜିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ବିଂଝାରପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଳକୁଣ୍ଡ ପୁଲିସ ଘଟଣାସ୍ଥଳରେ ପହଁଛି ଶବ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

Accident Son Death: ଜେସିବି ଧକ୍କାରେ ଦେଢ଼ ବର୍ଷର ଶିଶୁପୁତ୍ର ମୃତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.