ARTICLE AD BOX
ମୁନିଗୁଡା/ରାୟଗଡା: ଗତ ୯ ତାରିଖ ଦିନ ମୁନିଗୁଡା ସଦର ଅଞ୍ଚଳର ଜଣେ ବିବାହିତ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଆଜି ବିଷମକଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି ।
Rath Yatra: ରଥଯାତ୍ରା ପାଇଁ ଟ୍ରାଫିକ୍ ବ୍ୟବସ୍ଥା
ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ
ଏଠାରେ ସୂଚନାଯୋଗ୍ୟ ବଲାଙ୍ଗୀରଜିଲ୍ଲା ସିନ୍ଧକେଲା ଥାନା ଅନ୍ତର୍ଗତ ବରକାନୀ ଗ୍ରାମର ନିରାକାର ସାହୁଙ୍କ ଝିଅ ଝରଣା ସାହୁ ମୁନିଗୁଡା ଇନ୍ଦ୍ରାପଡା ସାହିରେ ବିବାହ କରିଥିଲେ । ଗତ ୯ ତାରିଖ ଦିନ ଝରଣା ଯୌତୁକ ନିର୍ଯାତନା ସହିନପାରି ବିଷ ପିଇଦେଇଥିଲେ । ଏହି ଘଟଣା ପରେ ମହିଳାଙ୍କ ବାପା ଏବଂ ମା ବୟନ୍ତୀ ସାହୁ ମୁନିଗୁଡା ଥାନାରେ ଯୌତୁକ ନିର୍ଯାତନା ନେଇ ଅଭିଯୋଗ କରି ଏତଲା ଦେଇଥିଲେ। ମୁନିଗୁଡା ପୁଲିସ ଏହି ଘଟଣାରେ ସ୍ବାମୀ ଦେବରାଜ ସାହୁ ,ନଣନ୍ଦ ଏବଂ ଶାଶୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

2 weeks ago
9


