ARTICLE AD BOX
ସାରା ପୃଥିବୀରେ ରକ୍ତଦାନକୁ ଅନ୍ୟ ସମସ୍ତ ଦାନ ଠାରୁ ବଡ଼ଦାନ ଓ ପୁଣ୍ୟ କାର୍ଯ୍ୟ ବୋଲି ବିବେଚନା କରାଯାଏ। ଏଥିପାଇଁ ସବୁ ଦେଶରେ ସଚେତନତା ସୃଷ୍ଟି କରାଯାଉଛି। ଲୋକେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ ମଧ୍ୟ କରୁଛନ୍ତି। ଏସବୁ ଭିତରେ ଚର୍ଚ୍ଚାରେ ଅଛନ୍ତି ଆମେରିକାର ଦାନିଏଲ୍ ରିଆନ୍। ୧ ନଭେମ୍ବର ୧୯୫୬ରେ ଜନ୍ମିତ ଏହି ବ୍ୟକ୍ତି ଏ ପର୍ଯ୍ୟନ୍ତ ରେଡ୍କ୍ରସ୍କୁ ୩୦ ଗ୍ୟାଲନ୍ ବା ୧୧୩.୫୬୨ ଲିଟର୍ରୁ ଅଧିକ ରକ୍ତ ଦାନ କରିସାରିଲେଣି। ଏହାର ପରିମାଣ କୋକାକୋଲାର ୩୪୪ଟି କ୍ୟାନ୍ ସହିତ ସମାନ ହେବ। ରିଆନ୍ଙ୍କ ଏହି କୃତିତ୍ବ ସାରା ବିଶ୍ବରେ ଏକ ରେକର୍ଡ। ହିସାବ ଅନୁସାରେ, ଜଣେ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ହାରାହାରି ୪.୫ରୁ ୫.୬ ଲିଟର୍ ରକ୍ତ ଥାଏ।
Ram Mandir: ଚୋରି ସୁନା ଅଳଙ୍କାର ତରଳା ଯାଇଥିବା ଆଶଙ୍କା
ରିଆନ୍ କହନ୍ତି, ତାଙ୍କ ସ୍ୱର୍ଗତ ଭାଇ ନିୟମିତ ରକ୍ତଦାନ କରୁଥିଲେ। ୧୯୮୦ ମସିହାରେ ଭାଇ ହିଁ ତାଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ତେବେ ତା ପୂର୍ବରୁ ସେ କେବେ ଏହି ବିଷୟରେ ଭାବି ନଥିଲେ ଓ ଛୁଞ୍ଚିକୁ ଭୟ କରୁଥିଲେ ବୋଲି କହନ୍ତି। ତେଣୁ ରକ୍ତ ଦେବାଭଳି ନିଷ୍ପତ୍ତି ନେବାକୁ ତାଙ୍କୁ ଏକ ସପ୍ତାହ ସମୟ ଲାଗିଥିଲା। ଶେଷରେ ସେ ରକ୍ତଦାନ କରିଥିଲେ। ରକ୍ତଦାନରେ ଆଗୁଆ ଥିବା ଦାତାମାନଙ୍କୁ ସେମାନଙ୍କ ଜୀବନ ରକ୍ଷାକାରୀ ଅବଦାନ ପାଇଁ ବିଶ୍ୱର ସର୍ବବୃହତ୍ ରକ୍ତଭଣ୍ଡାର ଭାବେ ଜଣାଶୁଣା ଆମେରିକୀୟ ରେଡ୍କ୍ରସ୍ ପକ୍ଷରୁ ମାଇଲ୍ଷ୍ଟୋନ୍ ପିନ୍ ପ୍ରଦାନ କରାଯାଇଥାଏ। ୨୦୨୬ ମେ’ ସୁଦ୍ଧା ୭୦ ବର୍ଷୀୟ ଦାନିଏଲ୍ ଏହିଭଳି ୩୨ଟି ମାଇଲ୍ଷ୍ଟୋନ୍ ପିନ୍ ସଂଗ୍ରହ କରିସାରିଲେଣି। ସମୟ ଠିକ୍ ଚାଲିଲେ ନିଜର ୮୦ତମ ଜନ୍ମଦିନ ସୁଦ୍ଧା ସେ ୪୦ ଗ୍ୟାଲନ୍ ରକ୍ତଦାନ କରିବେ ବୋଲି ସେ ଲକ୍ଷ୍ୟ ରଖିଛନ୍ତି। ଗତ ୪୬ ବର୍ଷ ଧରି ଦାନିଏଲ୍ ଲଗାତାର ରକ୍ତ ଦେଉଛନ୍ତି। ମ୍ୟାଲେରିଆ ଯୋଗୁଁ ମଝିରେ କେବଳ ତିନି ବର୍ଷ ସେ ଏଥିରୁ ବିରତି ନେଇଥିଲେ।
Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ

4 weeks ago
12


