ARTICLE AD BOX
ଘୁ.ଉଦୟଗିରି: ସମସ୍ୟା ସରକାର ଶୁଣୁନାହାନ୍ତି ବୋଲି ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଚିକିତ୍ସା ଏକ ଅତ୍ୟାବଶ୍ୟକ ସେବା ହୋଇଥିଲେ ହେଁ ଏଥିରୁ ବିରତ ରହିଛନ୍ତି। ଅପରପକ୍ଷରେ, ଡାକ୍ତରଙ୍କ ଆନ୍ଦୋଳନ ସମ୍ପର୍କରେ ଜାଣିନଥିବା ଗାଁଗହଳିର ସାଧାରଣ ଲୋକଟିଏ ଡାକ୍ତରଙ୍କ ଉପରେ ଭରସା କରି ଚିକିତ୍ସାଳୟରେ ପହଞ୍ଚିବା ପରେ ଚିକିତ୍ସା ପାଇନପାରି କେବଳ ଦେହଗଞ୍ଜ ପାଉଛି। ଏହି କ୍ରମରେ ଆଜି ଆଉ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ମୃତ୍ୟୁଘଟିଥିବା ଜଣେ ବୃଦ୍ଧଙ୍କ ଶବକୁ ଧରି ତୁହାକୁ ତୁହା ବର୍ଷାରେ ପରିବାର ଲୋକ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲ୍ରୁ ହସ୍ପିଟାଲ୍ ଘୂରି ବୁଲିଛନ୍ତି।
ଘୁମୁସର ଉଦୟଗିରି ବ୍ଲକ୍ ଗଦଗୁଡ଼ା ପଞ୍ଚାୟତର ନେଡିନାଯୁ ଗ୍ରାମର ପୁସାରା ପ୍ରଧାନ(୬୦)ଙ୍କ ଗତକାଲି (ବୁଧବାର) ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସେ ତାଙ୍କ ୬ ବର୍ଷର ନାତୁଣୀ ସହ ଶୌଚ ପାଇଁ ବାନ୍ଦାଗୁଡ଼ା ନିକଟସ୍ଥ ବିଲରେ ଥିବା ପୋଖରୀକୁ ଯାଇଥିଲେ। ଗାଧୋଉଥିବା ଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ।
ତିନି ମାସ ହେଲା ଟୋପାଏ ପାଣି ପାଇଁ ଡହଳବିକଳ ଘୁ ଉଦୟଗିରି ଏନଏସିର ୮ ନମ୍ବର ୱାର୍ଡ ବାସିନ୍ଦା
ବିଳମ୍ବିତ ସମୟ ଯାଏଁ ସେମାନେ ଘରକୁ ଫେରିନଥିବାରୁ ନାତୁଣୀଙ୍କ ମା' ସନ୍ଦେହ କରି ବନ୍ଧ ନିକଟକୁ ଯାଇଥିଲେ। ସେଠାରେ ପୁସାରା ପ୍ରଧାନ ପାଣିରେ ପଡ଼ିଥିବା ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ତାଙ୍କୁ ଅଚେତନ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲେ। ଚିକିତ୍ସା ନିମନ୍ତେ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Health Service crisis ଘୁ.ଉଦୟଗିରି ଅଞ୍ଚଳରେ କ୍ବାକ୍ ଭରସାରେ ସ୍ୱାସ୍ଥ୍ୟସେବା
ଅନ୍ୟପକ୍ଷରେ ଡାକ୍ତରଙ୍କ ଆନ୍ଦୋଳଚନା ଚାଲିଥିବାରୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ଉପଲବ୍ଧ ନଥିଲେ। ଫଳରେ ମୃତଦେହର ଶବ ବ୍ୟବଚ୍ଛେଦକୁ ନେଇ ସମସ୍ୟା ଉପୁଜିଲା। ଆଜି (ଗୁରୁବାର) ଲଗାଣ ବର୍ଷାରେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକ ମୃତଦେହକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ମଧ୍ୟ ଶବ ବ୍ୟବଚ୍ଛେଦ ପାଇଁ ଲଗାଣ ବର୍ଷାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

1 month ago
12


