ARTICLE AD BOX
ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ଆଉ ବର୍ଷେ ପରେ ଲୋକେ ଗାଁ ଛାଡ଼ି ପୁନର୍ବାସ କଲୋନିକୁ ଚାଲିଯିବେ। ଏମ୍ସିଏଲ୍ର ଖଣି ଗର୍ଭକୁ ଚାଲିଯିବ ସମଗ୍ର ଜନବସତି। ଏହା ଜାଣି ମଧ୍ୟ ପ୍ରଶାସନ ଛାତ୍ରୀନିବାସ ନାଁରେ ସେଠାରେ ତରତର ହୋଇ ଗଢ଼ିଦେଲା ଦି’ମହଲା କୋଠା। ବାରମ୍ବାର ଅଭିଯୋଗ ଓ ଛାତ୍ରୀମାନଙ୍କ ଉପଯୋଗରେ ଆସିବନି ଜାଣି ସୁଦ୍ଧା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଅଢ଼େଇ କୋଟି ଟଙ୍କା ସାରିଦେଲେ। ସିଆରମାଲ କୋଇଲା ଖଣି ପାଇଁ ଅଧିଗ୍ରହଣ ହୋଇଥିବା ହେମଗିର ବ୍ଲକ୍ ଗୋପାଳପୁର ପଞ୍ଚାୟତ ହଳଦୀବାହାଲ ଗାଁର ଏହି ପ୍ରକଳ୍ପ ପ୍ରଶାସନର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନର ଏହି ଖାମଖିଆଲ ନିଷ୍ପତ୍ତି ଯୋଗୁଁ ପ୍ରତିଷ୍ଠାନ ପାଣ୍ଠିର କୋଟି କୋଟି ଟଙ୍କା ଅପବ୍ୟୟ ଅଭିଯୋଗ ହୋଇଛି। କାରଣ ୨୦୧୧/୧୨ରେ ଖଣି ପାଇଁ ଗାଁର ଘରବାଡ଼ି, ଜମି, ସରକାରୀ କୋଠାବାଡ଼ି ଆଦି ସର୍ବେକ୍ଷଣ ଶେଷ ହୋଇଥିବା ଓ ୨୦୧୮ରେ କ୍ଷତିପୂରଣ ପ୍ରଦାନ କରାଯାଇଥିବା ବେଳେ ଏବେ ତିଆରି କୋଠାର କ୍ଷତିପୂରଣ ମିଳିବା ଆଉ କୌଣସି ସମ୍ଭାବନା ନାହିଁ।
Flood in Odisha: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୁଲିସ କମିସନର
ଛାତ୍ରୀଙ୍କ ନାଁରେ ଅଢ଼େଇ କୋଟି ଅପବ୍ୟୟ
ଅଭିଯୋଗ ସତ୍ତ୍ବେ ଗଢ଼ିଦେଲେ କୋଠା
ବର୍ଷେ ପରେ ଖଣି ଗର୍ଭକୁ ଚାଲିଯିବ
ଉଲ୍ଲେଖଯୋଗ୍ୟ, ହଳଦୀବାହାଲ ଗାଁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୬୦ ଆସନ ବିଶିଷ୍ଟ ଏକ ଛାତ୍ରୀନିବାସ ପାଇଁ ସୁନ୍ଦରଗଡ଼ ପ୍ରଶାସନ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୨ କୋଟି ୪୯ ଲକ୍ଷ ୧୯ ହଜାର ଟଙ୍କା ଯୋଗାଇ ଦେଇଥିଲା। ଏଥିରେ ଗରିବ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ରହି ପାଠ ପଢ଼ିବେ ବୋଲି କୁହାଗଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୨୫ ମସିହା ଜାନୁଆରି ୨୯ ତାରିଖରେ କାମ ଆରମ୍ଭ ହୋଇ ୨୮.୧୦.୨୦୨୫ରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଗାଁ ବିସ୍ଥାପିତ କଲୋନିକୁ ଉଠିଯିବ ଓ କୋଠା ମଧ୍ୟ ଖଣିଗର୍ଭକୁ ଯିବ ବୋଲି ଜାଣିବା ପରେ ଛାତ୍ରୀନିବାସ ଏଠାରେ ନ କରିବାକୁ ଦାବି ହୋଇଥିଲା। ବରଂ ବିସ୍ଥାପିତ କଲୋନିରେ ନିର୍ମାଣ କଲେ ଉପଯୋଗୀ ହେବ ବୋଲି ଲୋକେ ଯୁକ୍ତି ରଖିଥିଲେ। କିନ୍ତୁ କାହା କଥା ଶୁଣି ନଥିଲା ପ୍ରଶାସନ।ଯେନତେନ ପ୍ରକାରେ କୋଠା କାମ ସାରିଦେବାକୁ ଉଦ୍ୟମ କରାଗଲା।
Blunt Black Perfume: ବ୍ଲଣ୍ଟ୍ ବ୍ଲାକ୍ ପରଫ୍ୟୁମ୍ ଉନ୍ମୋଚିତ
ଏବେ ରଙ୍ଗମରା ପର୍ଯ୍ୟାୟକୁ ପହଞ୍ଚିଥିବା କୋଠା ଛାତରେ ପାଣି ଜମୁଥିବା ଦେଖାଯାଇଛି। ଏଭଳି ସ୍ଥିତିରେ ପ୍ରଶାସନର ମନମାନିକୁ ନେଇ ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ ପ୍ରଶ୍ନ ଉଠାଇଛନ୍ତି। ଏହି ପଞ୍ଚାୟତର ଆଉ ଏକ ଗାଁ ପତ୍ରାପାଲିରେ ୭ ଶହ ଲୋକଙ୍କ ସ୍ନାନଶୌଚ ପାଇଁ ଥିବା ମୁଣ୍ଡା (ପୋଖରୀ) ପରିତ୍ୟକ୍ତ ହୋଇ ପଡ଼ିଥିବାବେଳେ ତା’ର ପୁନରୁଦ୍ଧାର ପାଇଁ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଗାଁଟି କୋଇଲା ଖଣି ପାଇଁ ଅଧିଗ୍ରହଣ ହୋଇସାରିଥିବା ଦର୍ଶାଇ ପ୍ରଶାସନ ଟଙ୍କା ଫେରାଇ ନେଇଗଲା। ଲୋକଙ୍କ ମୌଳିକ ଆବଶ୍ୟକତା ପୋଖରୀ ଜଳକୁ ନା କରିଥିବା ପ୍ରଶାସନ ଏଠି କାହାପାଇଁ ଅଢ଼େଇ କୋଟିର କୋଠା ନିର୍ମାଣକୁ ହଁ କରିଦେଲେ ବୋଲି ଶ୍ରୀ ନାଏକ ପଚାରିଛନ୍ତି। ଡିଏମ୍ଏଫ୍ର ଏପରି ଅପବ୍ୟୟ ଓ ଦୁରୁପଯୋଗ ଉପରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

1 hour ago
1


