Diwali Fireworks: ଦୀପାବଳିରେ ମୃତ୍ୟୁର ତାଣ୍ଡବ! ୨୪ ଜୀବନ ନେଲା ବାଣ, ୩୦୦ରୁ ଅଧିକ ଆହତ

3 days ago 5
ARTICLE AD BOX

ନୂଆଦିଲ୍ଲୀ:  ଯେଉଁଠି ଆଲୋକର ପର୍ବରେ ଘରେ ଘରେ ଜଳୁଥିଲା ଦୀପ, ସେଇଠି ଆତଙ୍କ ଖେଳାଇଦେଲା ବାଣର ନିଆଁ। ଚାରିଆଡ଼େ ଶୁଭୁଥିଲା ବାଣ ଫୁଟିବାର ଶବ୍ଦ, ହେଲେ କିଛି ପରିବାର ପାଇଁ ଏହି ଶବ୍ଦ ପାଲଟିଗଲା ଶେଷ ଚିତ୍କାର। ଖୁସିର ପର୍ବରେ ମାତିଥିବା ଆତସବାଜି ଛଡ଼ାଇନେଲା ଅନେକଙ୍କ ଜୀବନ। ଦୀପାବଳିର ଉତ୍ସବ ଯେ କେତେ ଭୟଙ୍କର ରୂପ ନେଇପାରେ, ତାହାର ଚିତ୍ର ସାମ୍ନାକୁ ଆସିଛି ସାରା ଦେଶରୁ।  ଦୀପାବଳିରେ ବାଣ ଫୁଟାଇବା ଓ ଅଗ୍ନିକାଣ୍ଡ ଯୋଗୁଁ ଦେଶବ୍ୟାପୀ ୨୪ ଜଣଙ୍କ ଜୀବନ ଯାଇଛି। ଶହ ଶହ ଲୋକ ଆହତ ହୋଇଥିବା ବେଳେ କେବଳ ଦିଲ୍ଲୀରେ ୩୦୦ରୁ ଅଧିକ ଲୋକ ବାଣ ଯୋଗୁଁ ଆହତ ହୋଇଛନ୍ତି। ସବୁଠାରୁ ହୃଦୟବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶର କଟନୀ ଓ ସିଓନୀ ଜିଲ୍ଲାରେ। ଦୁଇଟି ପୃଥକ୍ ଅଗ୍ନିକାଣ୍ଡରେ ଦୁଇ ବ୍ୟବସାୟୀଙ୍କ ପରିବାରର ୧୨ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି। 

କଟନୀର ବରହି ଅଞ୍ଚଳରେ ବ୍ୟବସାୟୀ ପୂରନ ଅଗ୍ରୱାଲଙ୍କ ତିନି ମହଲା କୋଠାରେ ଥିବା କ୍ରକେରି ଦୋକାନରେ ନିଆଁ ଲାଗିଥିଲା। ନିଆଁ ଦେଖୁ ଦେଖୁ ପୂରା ଘରକୁ ବ୍ୟାପିଯାଇଥିଲା। ଫଳରେ ଦୁଇ ମାସର ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ସିଓନୀରେ ସୋମବାର ଭୋର୍‌ ୪ଟାରେ ସୁନା ବ୍ୟବସାୟୀ କୁନ୍ଦନ ଲାଲ ସୋନିଙ୍କ ଘରେ ନିଆଁ ଲାଗି ୬ ଜଣଙ୍କ ଜୀବନ ଯାଇଛି।

Indian Railways: ଆବର୍ଜନା ନିଷ୍କାସନରୁ ୬୨୮.୪୯ କୋଟି ଟଙ୍କା ଆୟ, ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କଲା ରେଳବାଇ

ଉତ୍ତରପ୍ରଦେଶରେ ମଧ୍ୟ ତିନି ଶିଶୁଙ୍କ ମୃତ୍ୟୁ ହୋଇଛି। ପଞ୍ଜାବ ଓ ରାଜସ୍ଥାନରେ ଦୁଇ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ଦିଲ୍ଲୀ, ଉତ୍ତରାଖଣ୍ଡ, ହରିୟାଣା, ବିହାର ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।  ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ୧୩୫, ଏମ୍ସରେ ୪୨ ଓ ଅନ୍ୟ ହସ୍ପିଟାଲରେ ଶହେରୁ ଅଧିକ ଆହତ ପହଞ୍ଚିଥିଲେ। ଅନେକଙ୍କ ଅବସ୍ଥା ଗୁରୁତର ରହିଛି। କେଉଁଠି ବାଣର ଛିଟିକା ଜୀବନ ନେଇଛି ତ ଆଉ କେଉଁଠି ନିଆଁରେ ଜଳିଯାଇଛି ଘରଦ୍ୱାର ଓ ଦୋକାନ।  ଆଲୋକର ପର୍ବରେ ଏଭଳି ଅନ୍ଧାର କେବଳ ଗୋଟିଏ ପ୍ରଶ୍ନ ଛାଡ଼ିଯାଇଛି। ଉତ୍ସବ ପାଳନର ଉତ୍ସାହ ଯେମିତି କାହା ପରିବାର ପାଇଁ ମୃତ୍ୟୁର କାରଣ ନପାଲଟେ, ସେଥିପାଇଁ ସତର୍କତା ଓ ସୁରକ୍ଷା କେତେ ଜରୁରୀ?

Read Entire Article
LEFT SIDEBAR AD

Hidden in mobile, Best for skyscrapers.