Diwali Celebration: ଭାରତୀୟ କ୍ରିକେଟର୍‌ଙ୍କ ଦୀପାବଳି ପାଳନ

3 days ago 5
ARTICLE AD BOX

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ। ନଭେମ୍ବର ୮ ତାରିଖରେ ଏହି ପବିତ୍ର ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଦେଶବାସୀ। ଏଥିରୁ ବାଦ୍ ପଡ଼ିନାହାନ୍ତି ଭାରତୀୟ କ୍ରିକେଟ୍ ଜଗତର ତାରକାମାନେ। ପଡ଼ିଆରେ ନିଜ ଖେଳର ଯାଦୁ ଦେଖାଉଥିବା କ୍ରିକେଟ୍‌ରମାନେ ପରିବାର ସହ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।

ଏମ୍ଏସ୍ ଧୋନି, ସ୍ମୃତି ମନ୍ଧାନା, ସୁରେଶ ରାଇନା, ଯୁଜବେନ୍ଦ୍ର ଚହଲ ଓ ଶ୍ରେୟସ ଆୟରଙ୍କ ଭଳି କ୍ରିକେଟ୍ ତାରକା ସୋସିଆଲ ମିଡିଆରେ ନିଜ ଦୀପାବଳି ଉତ୍ସବର ଝଲକ ସେୟାର କରିଛନ୍ତି। ସେମାନଙ୍କ ଫଟୋ ଓ ଶୁଭେଚ୍ଛା ବାର୍ତ୍ତା ଏବେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି।

ପରିବାର ସହ ଦୀପାବଳି ପାଳିଲେ ଧୋନି
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସାକ୍ଷୀ ଧୋନି ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ ଧୋନି ହାଲୁକା ସବୁଜ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ସାକ୍ଷୀ କଳା ରଙ୍ଗର ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି। 

ନୀଳ ପାରମ୍ପରିକ ପୋଷାକରେ ସ୍ମୃତି
ଭାରତୀୟ ମହିଳା କ୍ରିକେଟ୍ ଦଳର ତାରକା ବ୍ୟାଟର୍ ସ୍ମୃତି ମନ୍ଧାନା ମଧ୍ୟ ଦୀପାବଳି ଅବସରରେ ନିଜର ସୁନ୍ଦର ଫଟୋ ସେୟାର କରିଛନ୍ତି। ନୀଳ ରଙ୍ଗର ପ୍ରିଣ୍ଟେଡ୍ ଓ ଏମ୍ବ୍ରୋଡେରି କାମ ହୋଇଥିବା ପାରମ୍ପରିକ ପୋଷାକରେ ସେ ବେଶ୍ ଆକର୍ଷଣୀୟ ଦେଖାଯାଉଛନ୍ତି। ତାଙ୍କର ଏହି ଫଟୋକୁ ପ୍ରଶଂସକମାନେ ପସନ୍ଦ କରିବା ସହ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

WhatsApp Image 2026-11-09 at 8.48.34 AM

ପତ୍ନୀଙ୍କ ସହ ଉତ୍ସବ ପାଳିଲେ ରାଇନା
ପୂର୍ବତନ ଭାରତୀୟ କ୍ରିକେଟର୍ ସୁରେଶ ରାଇନା ପତ୍ନୀ ପ୍ରିୟଙ୍କା ରାଇନାଙ୍କ ସହ ଦୀପାବଳି ପାଳନ କରିଛନ୍ତି। ରାଇନା କଳା ରଙ୍ଗର ଏମ୍ବ୍ରୋଡେରି କୁର୍ତ୍ତା ପିନ୍ଧିଥିବା ବେଳେ ପ୍ରିୟଙ୍କା ବାଇଗଣୀ ରଙ୍ଗର ପୋଷାକରେ ନଜର ଆସିଛନ୍ତି। ଏହି ଅବସରରେ ରାଇନା ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟେକ ଘରେ ହସଖୁସି, ପ୍ରତ୍ୟେକ ହୃଦୟରେ ଭଲପାଇବା ଏବଂ ପ୍ରତ୍ୟେକ ପରିବାରରେ ସୁନ୍ଦର ସମ୍ପର୍କ ଅତୁଟ ରହୁ ବୋଲି କାମନା କରିଛନ୍ତି।

WhatsApp Image 2026-11-09 at 8.39.54 AM

ଚହଲଙ୍କ ଷ୍ଟାଇଲିସ୍ ଲୁକ୍ ଚର୍ଚ୍ଚାରେ
ଲେଗ୍ ସ୍ପିନର୍ ଯୁଜବେନ୍ଦ୍ର ଚହଲ ମଧ୍ୟ ନିଜ ଦୀପାବଳି ଉତ୍ସବର ଫଟୋ ସେୟାର କରିଛନ୍ତି। କଳା ରଙ୍ଗର କାରୁକାର୍ଯ୍ୟପୂର୍ଣ୍ଣ ଇଣ୍ଡୋ-ୱେଷ୍ଟର୍ଣ୍ଣ ଶେରୱାନିରେ ସେ ବେଶ୍ ଆକର୍ଷଣୀୟ ଦେଖାଯାଉଛନ୍ତି। ଫଟୋ ସହ ସେ ପ୍ରଶଂସକଙ୍କୁ ‘ଶୁଭ ଦୀପାବଳି’ ବୋଲି ଶୁଭେଚ୍ଛା ଜଣାଇଛନ୍ତି।

ପାରମ୍ପରିକ ଲୁକ୍‌ରେ ଶ୍ରେୟସ ଆୟର
ଭାରତୀୟ ଦଳର ବ୍ୟାଟର୍ ଶ୍ରେୟସ ଆୟର ମଧ୍ୟ ନିଜର ଦୀପାବଳି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅଫ୍-ହ୍ୱାଇଟ୍ କୁର୍ତ୍ତା ଓ ନେହେରୁ ଜ୍ୟାକେଟ୍ ପିନ୍ଧି ସେ ଏକ ଷ୍ଟାଇଲିସ୍ ଲୁକ୍ରେ ନଜର ଆସିଛନ୍ତି। ଏହି ଫଟୋ ସହ ଆୟର ସମସ୍ତଙ୍କୁ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

Cricket: ବିଶ୍ୱକପ୍ ୨୦୨୭ରେ ଏହି ୨୦ ଜଣ ଖେଳାଳିଙ୍କ ମଧ୍ୟରୁ ଟିମ୍ ଇଣ୍ଡିଆ ହେବ ଚୟନ କରାଯିବ!

ଏଭଳି ଭାବେ କ୍ରିକେଟ୍ ପଡ଼ିଆରୁ ଦୂରେଇ ପରିବାର ଓ ପ୍ରିୟଜନଙ୍କ ସହ ଦୀପାବଳିର ଖୁସି ବାଣ୍ଟିଛନ୍ତି ଭାରତୀୟ କ୍ରିକେଟ୍ ତାରକାମାନେ। ସେମାନଙ୍କ ଏହି ଉତ୍ସବମୁଖର ମୁହୂର୍ତ୍ତ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.