Divyanka Tripathi,: ଦିବ୍ୟଙ୍କା ତ୍ରିପାଠୀଙ୍କ କୋଠାରେ ଭୟାବହ ଅଗ୍ନିକାଣ୍ଡ, ସୁରକ୍ଷାକର୍ମୀଙ୍କ ହେଲା ମୃତ୍ୟୁ

2 days ago 3
ARTICLE AD BOX

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ବିଲ୍ଡିଂରେ ଦୀପାବଳିର ଗୋଟିଏ ରାତି ପୂର୍ବରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ବିଲ୍ଡିଂର ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ମନେ ପକାଇ ଦିବ୍ୟାଙ୍କା ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ସେହି ରାତିରେ କ'ଣ ଘଟିଥିଲା ଏବଂ କିପରି ସେମାନେ ଅଳ୍ପକେ ରକ୍ଷା ପାଇଥିଲେ, ସେ ସମ୍ପର୍କରେ ମଧ୍ୟ ଅଭିନେତ୍ରୀ ଜଣକ ଜଣାଇଛନ୍ତି।

ସୁରକ୍ଷାକର୍ମୀଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ଦିବ୍ୟାଙ୍କା

ଦିବ୍ୟାଙ୍କା ନିଜ ପୋଷ୍ଟରେ ଲେଖିଛନ୍ତି, କିଛି ଲୋକଙ୍କ ବିଦାୟ ଏଭଳି ନିରବତା ଛାଡ଼ିଯାଏ, ଯାହା କେବେ ବି ପୂରାପୂରି ଦୂର ହୁଏ ନାହିଁ। ଯେତେବେଳେ ଆମେ ଆମ ପିଲାମାନଙ୍କୁ ପ୍ରଥମଥର ପାଇଁ ଘରକୁ ଆଣିଥିଲୁ, ସେତେବେଳେ ସର୍ବପ୍ରଥମେ  ସ୍ୱାଗତ କରିଥିଲେ ଧନପତ ଅଙ୍କଲ। ସେ ଆମ ବିଲ୍ଡିଂର ସୁରକ୍ଷାକର୍ମୀ ଥିଲେ। ଆମେ ଭାବିଥିଲୁ ଆଗାମୀ ବର୍ଷଗୁଡ଼ିକରେ ଆମ ପିଲାମାନେ ତାଙ୍କ ସହ ଖେଳିବେ ଏବଂ ଅନେକ ସ୍ମୃତି ସାଉଁଟିବେ। କିନ୍ତୁ ଏସବୁ କେବଳ ସ୍ୱପ୍ନ ହୋଇ ରହିଯିବ ବୋଲି ଆମେ ଜାଣି ନଥିଲୁ।

ଦୀପାବଳି ପୂର୍ବରୁ ବିଲ୍ଡିଂରେ ଲାଗିଥିଲା ନିଆଁ

ଦିବ୍ୟାଙ୍କା ଲେଖିଛନ୍ତି, ଦୀପାବଳି ଏବଂ ବିବେକଙ୍କ ଜନ୍ମଦିନର ଗୋଟିଏ ରାତି ପୂର୍ବରୁ ଆମ ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଥିଲା। ସେଦିନ ସନ୍ଧ୍ୟାରେ ଆମେ ବାହାରକୁ ଯିବାର ଯୋଜନା କରିଥିଲୁ, କିନ୍ତୁ ବିଳମ୍ବ ହୋଇଯାଇଥିଲା। ନିଆଁ ଲାଗିବା ସମୟରେ ଆମେ ଘରେ ଥିଲୁ। ଏହି କାରଣରୁ ବିପଦ ବିଷୟରେ ଠିକ୍ ସମୟରେ ଜାଣିପାରିଲୁ ଏବଂ ପିଲାମାନେ, ପରିବାର ଓ କର୍ମଚାରୀଙ୍କ ସହ ସୁରକ୍ଷିତ ଭାବେ ବାହାରକୁ ଆସିପାରିଲୁ। କିଛି ସମୟ ପାଇଁ ଆମକୁ ଲାଗିଥିଲା ଯେ ଆମେ ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଛୁ। କିନ୍ତୁ ପରେ ଧନପତ ଅଙ୍କଲଙ୍କ ମୃତ୍ୟୁ ଖବର ଶୁଣି ଆମେ ସ୍ତବ୍ଧ ହୋଇଯାଇଥିଲୁ। ଆମେ ଜଣେ ବନ୍ଧୁଙ୍କ ଘରକୁ ଚାଲିଯାଇଥିଲୁ ଏବଂ ସେଠାରୁ ଏହି ଖବର ମିଥ୍ୟା ହୋଇଥାନ୍ତା ବୋଲି ପ୍ରାର୍ଥନା କରୁଥିଲୁ।ଦୀପାବଳି ଦିନ ସୁଦ୍ଧା ବିଦ୍ୟୁତ୍ ସେବା ଫେରି ଆସିଥିଲା। ଗ୍ୟାସ୍ ଯୋଗାଣ ଓ ଲିଫ୍ଟ ମଧ୍ୟ ଚାଲୁ ହୋଇଯାଇଥିଲା। କିନ୍ତୁ କିଛି ବି ପୂର୍ବପରି ହୋଇପାରି ନଥିଲା। କାରଣ ଜଣେ ଅମୂଲ୍ୟ ଜୀବନ ଚାଲିଯିବାରୁ ଆମ ହୃଦୟରେ ଅନ୍ଧକାର ଛାଇ ଯାଇଛି।

ଧନପତ ଅଙ୍କଲ ଆମ ପରିବାରର ଅଂଶ ଥିଲେ

ଦିବ୍ୟାଙ୍କା ଆହୁରି ଲେଖିଛନ୍ତି, ଧନପତ ଅଙ୍କଲ କେବଳ ଜଣେ ସୁରକ୍ଷାକର୍ମୀ ନଥିଲେ, ସେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ସେ ଏମିତି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କ ଉପରେ ଆମେ ଭରସା କରୁଥିଲୁ। ଆପଣଙ୍କୁ ଆମେ ବହୁତ ମନେ ପକାଇବୁ। ଆମ ପିଲାମାନେ ବଡ଼ ହେଲେ ଆପଣଙ୍କ ବିଷୟରେ ସେମାନଙ୍କୁ କହିବୁ। ଆପଣ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ଥିଲେ। ତେଣୁ କାହାର ଉପସ୍ଥିତିକୁ କେବେ ବି ହାଲୁକା ଭାବେ ନେବା ଉଚିତ୍ ନୁହେଁ। ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଦିବ୍ୟାଙ୍କା ନିଜ ପୋଷ୍ଟରେ ଲେଖିଛନ୍ତି।

ବାଲେଶ୍ୱରରେ ନୂଆ ଭତ୍ତା ପୋର୍ଟାଲର ଶୁଭାରମ୍ଭ, ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.