Dharmendra Pradhan: ଭୁବନେଶ୍ୱରରେ ସମ୍ବଲପୁର ଲୋକସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

6 days ago 4
ARTICLE AD BOX

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା  ସମ୍ବଲପୁର ଲୋକସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ଦିଆଯାଇଥିଲା। ତାଙ୍କ ଆଗମନ ପୂର୍ବରୁ ବିମାନବନ୍ଦର ବାହାରେ ବହୁ ସଂଖ୍ୟକ ବିଜେପି କର୍ମୀ ଓ ସମର୍ଥକ ଏକତ୍ରିତ ହୋଇଥିଲେ। ବିଜେପିର ବହୁ ବିଧାୟକବରିଷ୍ଠନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ରହି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।

 ଏହି ଅବସରରେ ବିଧାୟକ ଅମର ନାୟକ, ଟଙ୍କଧର ତ୍ରିପାଠୀ, ପୂର୍ବତନ ରାଜ୍ୟ ବିଜେପି ସଭାତି ସମୀର ମହାନ୍ତି, ବରିଷ୍ଠ ନେତା ଗୋ‌ଲକ ମହାପାତ୍ର ପ୍ରମୁଖଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରୁ ବାହାରିବା ସମୟରେ କର୍ମୀମାନେ ଜିନ୍ଦାବାଦ ସ୍ଲୋଗାନ ଦେବା ସହ ତାଙ୍କୁ ଫୁଲମାଳ ପିନ୍ଧାଇ ଅଭିନନ୍ଦନ ଜଣାଇଥିଲେ ।

ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା

ବିମାନବନ୍ଦର ପରିସରରେ କିଛି ସମୟ ପାଇଁ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ଗସ୍ତକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଆଗାମୀ ବୈଠକ ଓ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟସୂଚୀ ଥିବା ସୂଚନା ମିଳିଛି ।

Chardham Yatra: ଚାରିଧାମ ଯାତ୍ରା ଦୁଇ ଦିନ ପାଇଁ ବନ୍ଦ: ବାଧକ ସାଜିଲା ଖରାପ ପାଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.