Dharmendra pradhan: ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେନି, ଜନାଦେଶ ପୂରଣ କରିବ ସରକାର: ସରକାରୀ ସୂତ୍ର

1 week ago 4
ARTICLE AD BOX

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ରାଜନୈତିକ ଚାପ ବଢ଼ୁଥିବା ବେଳେ ସରକାର ସ୍ପଷ୍ଟ କରିଛନ୍ତି ଯେ, ସେ ଇସ୍ତଫା ଦେବେ ନାହିଁ। ଧର୍ମେନ୍ଦ୍ର ପ୍ରଧାନ ନିଜ ଉତ୍ତରଦାୟିତ୍ବରୁ ଓହରିଯିବେ ନାହିଁ। ଜନସାଧାରଣ ଯେଉଁ ଜନାଦେଶ ଦେଇଛନ୍ତି, ତାହାକୁ ପୂରଣ କରିବା ପାଇଁ ସରକାର ପ୍ରତିବଦ୍ଧ। ଏଭଳି ସମୟରେ ମନ୍ତ୍ରୀଙ୍କୁ ହଟାଇବା ପ୍ରଶ୍ନ ଉଠୁନାହିଁ ବୋଲି ସରକାରୀ ସୂତ୍ରଗୁଡ଼ିକ କହିଛନ୍ତି।

ଆହୁରି ପଢନ୍ତୁ:Cabinet: ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆସିବ କଠୋର ଆଇନ: ୧୦ ବର୍ଷ ଜେଲ୍‌, ୧୦ କୋଟି ଜରିମାନା

ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ କେନ୍ଦ୍ର କରି ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମୁଖ୍ୟ ଦାବି ହୋଇଛି। ବିରୋଧୀ ଦଳମାନେ ମଧ୍ୟ ସଂସଦରେ ଏହି ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇଛନ୍ତି। ଫଳରେ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ଲଗାତାର ବାଧାପ୍ରାପ୍ତ ହେଉଛି। ଶୁକ୍ରବାର ମଧ୍ୟ ବିରୋଧୀ ସାଂସଦମାନେ ‘ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ’ ବୋଲି ସ୍ଲୋଗାନ ଦେଇଥିଲେ। ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଥିଲେ ମଧ୍ୟ ବିରୋଧୀ ଦଳ ପ୍ରଥମେ ଇସ୍ତଫା, ପରେ ଆଲୋଚନା ଦାବିରେ ଅଡ଼ି ରହିଥିଲେ।

ଆହୁରି ପଢନ୍ତୁ:Prime Minister:ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହିବାକୁ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ଯୁବପିଢ଼ିଙ୍କ ସହ ଯୋଡ଼ି ହୁଅ, ରିଲ୍ସ ପୋଷ୍ଟ୍‌ କର

ଏପଟେ ଜନ୍ତରମନ୍ତରରେ ଆନ୍ଦୋଳନର ନେତୃତ୍ବ ନେଉଥିବା ସିଜେପି (କକ୍ରୋଚ୍‌ ଜନତା ପାର୍ଟି) ପ୍ରତିନିଧିମାନଙ୍କ ସହ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶୁକ୍ରବାର ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ କେନ୍ଦ୍ର ପକ୍ଷରୁ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହ ଯୋଗ ଦେଇଥିଲେ। ବୈଠକ ପରେ ସିଜେପି ମୁଖପାତ୍ର ଅଶୁତୋଷ ରାଙ୍କା କହିଥିଲେ, ସରକାର ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ ଶନିବାର ଅପରାହ୍ଣ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ସେହିସହ ନିଟ୍‌ ଘଟଣା ପରେ ଆତ୍ମହତ୍ୟା କରିଥିବା ପରୀକ୍ଷାର୍ଥୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ଦାବିକୁ ସରକାର ଗ୍ରହଣ କରିଛନ୍ତି ବୋଲି ସେ ଦାବି କରିଛନ୍ତି।

ଆହୁରି ପଢନ୍ତୁ:NEET: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲା: ଅଭିଯୁକ୍ତ ଡାକ୍ତରଙ୍କୁ ଜାମିନ ଦେଲେନି ଦିଲ୍ଲୀ କୋର୍ଟ

ତେବେ ସରକାରୀ ସୂତ୍ର ଏହି ଦାବିକୁ ନେଇ ଭିନ୍ନ ସଙ୍କେତ ଦେଇଛି। ସୂତ୍ର ଅନୁସାରେ, ସରକାର ଆଲୋଚନା ଜାରି ରଖିବାକୁ ଚାହୁଛନ୍ତି, କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହଟାଇବାର କୌଣସି ପ୍ରଶ୍ନ ନାହିଁ। ସେ ଦାୟିତ୍ବରୁ ହଟିବେ ନାହିଁ ଏବଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ପରୀକ୍ଷା ପ୍ରଣାଳୀକୁ ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ଦିଗରେ ସରକାର କାମ ଜାରି ରଖିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.