Dharmendra Pradhan: ଦୁଇଥର ପ୍ରତ୍ୟାଖ୍ୟାନ ପରେ ଶେଷରେ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 week ago 6
ARTICLE AD BOX

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ଦୁଇ ଦୁଇ ଥର ନିଜ ପଦବୀରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ହେଁ, ସେତେବେଳେ କେନ୍ଦ୍ର ସରକାର ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ନୀଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିରୁ ଓହରି ଯିବା ପରିବର୍ତ୍ତେ ଶିକ୍ଷା ବ୍ୟବସ୍ଥାର ସୁଧାର ଉପରେ ଗୁରୁତ୍ୱ ଦେବାକୁ କହି ଗତ ଜୁଲାଇ ୨୦ ତାରିଖର ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ତାଙ୍କୁ ଦାୟିତ୍ୱରେ ରହିବାକୁ ସରକାର ଅନୁରୋଧ କରିଥିଲେ। ମାତ୍ର ଏହା ପରେ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଆସିଥିଲା। ''କକ୍ରୋଚ୍ ଜନତା ପାର୍ଟି'' (ସିଜେପି) ର ପୁନର୍ବାର ‘ସଂସଦ ଚଲୋ’ ଆନ୍ଦୋଳନ ଚେତାବନୀ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକର ସଂବେଦନଶୀଳ ରିପୋର୍ଟ ପରେ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିଲା।

ସୁରକ୍ଷା ସଂସ୍ଥାର ତଦନ୍ତରୁ ଜଣାପଡ଼ିଛି ଯେ, ଛାତ୍ର ଆନ୍ଦୋଳନର ସୁଯୋଗ ନେଇ କିଛି ଦେଶବିରୋଧୀ ଶକ୍ତି ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ। ଡିଜିଟାଲ ମନିଟରିଂ ମାଧ୍ୟମରେ ପାକିସ୍ତାନରୁ ପରିଚାଳିତ ପ୍ରାୟ ୧୦୦ଟି ଇନଷ୍ଟାଗ୍ରାମ ଆକାଉଣ୍ଟ ସମେତ ୪୦୦ରୁ ଉର୍ଦ୍ଧ୍ୱ ସୋସିଆଲ ମିଡିଆ ଆକାଉଣ୍ଟ ଚିହ୍ନଟ କରାଯାଇଛି, ଯେଉଁଗୁଡ଼ିକ ଭାରତ ବିରୋଧୀ ପ୍ରଚାରରେ ସାମିଲ ଥିଲେ। ଏହାସହ ଦିଲ୍ଲୀ ପୋଲିସର ଫେସିଆଲ ରେକଗନିସନ ସିଷ୍ଟମ ଜରିଆରେ ଜନ୍ତର ମନ୍ତର ଆନ୍ଦୋଳନ ସ୍ଥଳରୁ ୪୦୦ରୁ ଅଧିକ ଅପରାଧିକ ପୃଷ୍ଠଭୂମି ଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିଲା। ଏହି ସଂବେଦନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଶେଷରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି ଏବଂ କ୍ୟାବିନେଟ୍ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.