ARTICLE AD BOX
ଭୁବନେଶ୍ବର/ପୁରୀ: ଆଜି (ଶୁକ୍ରବାର) ବାହୁଡ଼ା ଯାତ୍ରାରେ ପୁଣି ଜଣେ ଭକ୍ତଙ୍କ ଅଣନିଃଶ୍ବାସରେ ମୃତ୍ୟୁ ଘଟିଥିବା ଜଣାଯାଇଛି।
ମିଳିଥିବା ସୂଚନାନୁସାରେ, ସୁଭଦ୍ରା ରଥ ନିକଟରେ କଟକ ଜିଲ୍ଲାର ଅଭିରାମ ଦାସ (୫୭) ହଠାତ୍ ଅସୁସ୍ଥହୋଇପଡ଼ିଥିଲେ। ତାଙ୍କୁ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇତିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଅନେକ ଦିନ ଧରି ଉଚ୍ଚରକ୍ତଚାପରେ ପୀଡ଼ିତ ଥିବା ଜଣାଯାଇଛି।
Puri Rath Yatra Pushing and shoving: ପୁରୀ ରଥଯାତ୍ରାରେ ଠେଲାପେଲା, ଦୁଇ ଭକ୍ତ ମୃତ, ସଂଖ୍ୟାଧିକ ଆହତ
ତେବେ ଏହି ଘଟଣାରେ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।

1 week ago
5


