ARTICLE AD BOX
କଟକ: ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ହାଇକୋର୍ଟରେ ଆଜି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଭାରତୀୟ ସମ୍ବିଧାନରେ ‘ଉପମୁଖ୍ୟମନ୍ତ୍ରୀ’ ପଦବି ପ୍ରସଙ୍ଗରେ କୌଣସି ଉଲ୍ଲେଖ ନାହିଁ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ (ଚିଫ୍ ମିନିଷ୍ଟର ଆଣ୍ଡ୍ କାଉନସିଲ ଅଫ୍ ମିନିଷ୍ଟର୍ସ)ଙ୍କୁ ସମ୍ବିଧାନର ଧାରା ୧୬୩ ଓ ୧୬୪ ସ୍ବୀକୃତି ଦେଇଛି। କିନ୍ତୁ ଉପମୁଖ୍ୟମନ୍ତ୍ରୀ ଭଳି ସ୍ବତନ୍ତ୍ର ସାମ୍ବିଧାନିକ ପଦ ପ୍ରସଙ୍ଗରେ ସମ୍ବିଧାନରେ କିଛି ବ୍ୟବସ୍ଥା ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ସରକାରଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ଏହି ଆବେଦନ ଗ୍ରହଣୀୟ ନୁହେଁ। କୌଣସି ସାମ୍ବିଧାନିକ ବ୍ୟବସ୍ଥା ଉଲ୍ଲଂଘନ କରି ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏପରି ଜନସ୍ବାର୍ଥ ମାମଲା କୌଣସି ଯୁକ୍ତିଯୁକ୍ତ କାରଣ ନ ଥାଇ ଦାୟର କରାଯାଇଛି।
Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା
ଏଥି ସହିତ ସୁପ୍ରିମକୋର୍ଟ, କର୍ଣ୍ଣାଟକ, ରାଜସ୍ଥାନ ଓ ଅନ୍ୟ ହାଇକୋର୍ଟଙ୍କ ରାୟର ନଜିର ଆଡଭୋକେଟ୍ ଜେନେରାଲ ଉପସ୍ଥାପନ କରିଥିଲେ। ହାଇକୋର୍ଟ ଆଜି ମାମଲାର ଶୁଣାଣି ଶେଷ କରିଛନ୍ତି। ସୋମବାରକୁ ମାମଲାର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇଛି। ଦାୟର ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି ଯେ ସମ୍ବିଧାନ ଉପମୁଖ୍ୟମନ୍ତ୍ରୀ ପଦକୁ ସ୍ବୀକୃତି ଦେଉ ନଥିବା ବେଳେ ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। କେଉଁ ଆଇନ, ନିର୍ଦ୍ଦେଶନାମା, ବିଜ୍ଞପ୍ତି, ପ୍ରୋଟୋକଲ ନିୟମାବଳୀ ଆଧାରରେ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ସେ ସଂପର୍କିତ ରେକର୍ଡ ତଲବ କରାଯାଉ। ‘ଉପମୁଖ୍ୟମନ୍ତ୍ରୀ’ କୌଣସି ପୃଥକ ସାମ୍ବିଧାନିକ ପଦ ବା ମନ୍ତ୍ରୀ ପରିଷଦର ମନ୍ତ୍ରୀଙ୍କ ଠାରୁ ଉପର ପଦ ନୁହେଁ ବୋଲି ଘୋଷଣା କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ପ୍ରାର୍ଥନା କରାଯାଇଛି। ମାମଲାରେ ମୁଖ୍ୟ ସଚିବ, ରାଜ୍ୟପାଳଙ୍କ ସଚିବ, ଆକାଉଣ୍ଟାଣ୍ଟ ଜେନେରାଲ, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶ୍ରୀନିବାସ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା

2 weeks ago
5


