ARTICLE AD BOX
ନୂଆଦିଲ୍ଲୀ : ଦିଲ୍ଲୀର ସତ୍ୟ ନିକେତନରେ ପିଜି କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ହେବାପରେ ଏବେ ଅନ୍ୟ ହଷ୍ଟେଲ୍ଗୁଡ଼ିକର ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଇଛି । ଦିଲ୍ଲୀର ଜଣେ ଅଧିକାରୀ ନିଜର ନାଁ ପ୍ରକାଶ ନକରି କହିଛନ୍ତି ଯେ ୨୦୦ରୁ ଅଧିକ ପିଜି ହଷ୍ଟେଲ୍ ବିପଜ୍ଜନକ ଶ୍ରେଣୀରେ ରହିଛି । ଏହି ପିଜି ହଷ୍ଟେଲ୍ ସମେତ ସହରର ଅନ୍ୟ ପିଜି ହଷ୍ଟେଲ୍ଗୁଡ଼ିକର ଭିତ୍ତିଭୂମିକୁ ଭଲଭାବେ ପରୀକ୍ଷା କରାଯିବ । ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ ପରେ ଅଧିକ କଠୋର ନିୟମ ଉପରେ ବିଚାର କରାଯାଉଛି ।
Modi-Pejescian Meeting: ମୋଦୀ-ପେଜେସ୍କିଆନ୍ ସାକ୍ଷାତ୍ ପରେ ଭାରତ ସହ ସମ୍ପର୍କକୁ ପ୍ରଶଂସା କଲା ଇରାନ
ଦୁଃଖଦ ସତ୍ୟ ନିକେତନ ଘଟଣା ପରେ ଏମ୍ସିଡି ଡେପୁଟି କମିସନର, ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ସୁପରିଣ୍ଟେଣ୍ଡିଙ୍ଗ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଜୁନିଅର ଇଞ୍ଜିନିୟର ନିଲମ୍ବିତ ହୋଇଛନ୍ତି । କୋଠାର ମାଲିକ ଗିରଫ ହୋଇଛନ୍ତି । ଦିଲ୍ଲୀରେ ସ୍ବୀକୃତି ନଥାଇ ନିର୍ମାଣ ହୋଇଥିବା ୫ ମହଲା କୋଠାକୁ ତୁରନ୍ତ ସିଲ୍ କରାଯାଇଛି । ନିକଟସ୍ଥ ପିଜି ଓ କୋଠାଗୁଡ଼ିକୁ ଭଲଭାବେ ଯାଞ୍ଚ କରାଯାଉଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତା ଏକ ଟ୍ବିଟ୍ କରି କହିଛନ୍ତି, ଦିଲ୍ଲୀ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଏଥିପାଇଁ ଯିଏ ବି ଦାୟୀ ତାକୁ ଛଡ଼ାଯିବନି ବୋଲି ସେ କହିଛନ୍ତି । ଏହି ଘଟଣା ପରେ ଅସନ୍ତୁଷ୍ଟ ଛାତ୍ରମାନେ ବି ପାଟି ଖୋଲିଛନ୍ତି । ସେମାନେ ପାଣି ସମସ୍ୟା, ଅତ୍ୟଧିକ ବିଦ୍ୟୁତ୍ ବିଲ୍ ଏବଂ ସେୟାର୍ ରୁମ୍ ଭଡ଼ା ୧୦ ହଜାରରୁ ୨୦ ହଜାର ପଡ଼ୁଛି ବୋଲି କହିଛନ୍ତି । ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ କହିଛନ୍ତି, ବିଜୟନଗରରେ ମୁଁ ଏକ ପିଜିରେ ରହୁଥିଲି । ଯେଉଁଠାରେ ସତ୍ୟ ନିକେତନ ଭଳି ସ୍ଥିତି ରହିଛି । ଭଡ଼ା ବହୁତ ଅଧିକ ରହିଛି ଏବଂ ଭଲ ସୁବିଧା ବି ଉପଲବ୍ଧ ନାହିଁ । ସେ ବିଦ୍ୟୁତ୍ ବିଲ୍କୁ ଛାଡ଼ି ଭଡ଼ା ୧୪ ହଜାର ଟଙ୍କା ଦେଉଥିବା କହିଛନ୍ତି ।

1 week ago
6


