Delhi High Court: ହାଜତ ମୃତ୍ୟୁ ଆତ୍ମହତ୍ୟା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଦାୟୀ: ଦିଲ୍ଲୀ ହାଇକୋର୍ଟ

1 month ago 12
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଗୁରୁତ୍ବପୂର୍ଣ୍ଣ ରାୟରେ ହାଜତ ମୃତ୍ୟୁ ଆତ୍ମହତ୍ୟା ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ ବୋଲି କହି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ରେ ପୁଲିସ ହେପାଜତରେ ଆତ୍ମହତ୍ୟା କରିଥିବା ଜଣେ ୧୯ ବର୍ଷୀୟ ଯୁବକଙ୍କ ପିତାଙ୍କୁ ୧୮.୪୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ‌ଦେବା ସହିତ କହିଛନ୍ତି, ଯଦିଓ ମୃତ୍ୟୁ ଆତ୍ମହତ୍ୟା ଯୋଗୁ ହୋଇଥାଏ ତଥାପି ରାଜ୍ୟ ହାଜତ ମୃତ୍ୟୁ ପାଇଁ ଦାୟିତ୍ବରୁ ଖସି ଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

୮ ସପ୍ତାହ ଭିତରେ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ

ଜଷ୍ଟିସ ସଚିନ ଦତ୍ତ ଜୁଲାଇ ୧ ତାରିଖରେ ଦେଇଥିବା ତାଙ୍କ ରାୟରେ କହିଥିଲେ ଯେ, ହାଜତ ମୃତ୍ୟୁ କେବଳ ଏକ ବ୍ୟକ୍ତିଗତ ଦୁଃଖଦ ଘଟଣା ନୁହେଁ ବରଂ ଏକ ବ୍ୟବସ୍ଥିତ ଚିନ୍ତା ଯାହା ଆଇନର ଶାସନର ମୂଳଦୁଆକୁ ଆଘାତ କରେ। କୋର୍ଟ ତାଙ୍କ ରାୟରେ କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତିର ସ୍ବାଧୀନତା ଛଡ଼ାଇ ନିଆଯାଇ ତାଙ୍କୁ ପୁଲିସ ହେପାଜତରେ ରଖାଯାଏ ସେତେବେଳେ ତାଙ୍କ ଜୀବନ ଓ ସମ୍ମାନର ସୁରକ୍ଷା କର୍ତ୍ତୃପକ୍ଷଙ୍କ ଦାୟିତ୍ବ। ବିଚାରପତି ଗୁରୁତ୍ୱାରୋପ କରିଥିଲେ ଯେ, ହାଜତରେ ଯେକୌଣସି ମୃତ୍ୟୁ, ତାହା ହିଂସା, ଅବହେଳା, ଅବ୍ୟକ୍ତ ପରିସ୍ଥିତି କିମ୍ବା ଆତ୍ମହତ୍ୟା କାରଣରୁ ହୋଇଥାଉ ନା କାହିଁକି ଏହାର ନ୍ୟାୟିକ ଯାଞ୍ଚ ଆବଶ୍ୟକ, କାରଣ ଏହା ବ୍ୟକ୍ତିଗତ ମର୍ଯ୍ୟାଦାର ସୁରକ୍ଷା ଓ ନ୍ୟାୟିକ ବ୍ୟବସ୍ଥାର ବିଶ୍ୱସନୀୟତା ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରେ। ପୁଲିସ ହେପାଜତରେ ଥିଲେ ବ୍ୟକ୍ତି ଜଣକ ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ତାଙ୍କ ମୌଳିକ ଅଧିକାର ହରାଇବେ ନାହିଁ। ତାଙ୍କ ଜୀବନ ଓ ସମ୍ମାନର ସୁରକ୍ଷା ପ୍ରମୁଖ କର୍ତ୍ତବ୍ୟ ହୋଇଥାଏ। ରାଜ୍ୟ ସରକାର ତାଙ୍କ ଦାୟିତ୍ୱରୁ ଖସି ଯାଇପାରିବେ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। କୋର୍ଟ ଏହି ରାୟ କରୱଲ ନଗର ପୁଲିସ ଷ୍ଟେସନରେ ଆତ୍ମହତ୍ୟା କରିଥିବା ଜଣେ ୧୯ ବର୍ଷୀୟ ଯୁବକଙ୍କ ପିତାଙ୍କ ଆବେଦନ ଉପରେ ଦେଇଛନ୍ତି।

Amarnath Yatra: ଅମରନାଥ ଯାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱତନ୍ତ୍ର ଚିଠି: ଦେଲେ ''୫ଟି ସଂକଳ୍ପ''ର ବାର୍ତ୍ତା

ମୃତ ଯୁବକଙ୍କ ବାପା ଅଭିଯୋଗ କରିଥିଲେ ଯେ, ୨୦୧୭ର ଏକ ଏତଲା ଆଧାରରେ ତାଙ୍କ ପୁଅକୁ ୨୦୧୮ ମସିହା ଜାନୁଆରି ୧୫ ତାରିଖରେ କାରକୋର୍‌ଡୁମା କୋର୍ଟ ପରିସରରୁ ପୁଲିସ ଉଠାଇ ନେଇଥଲେ। ପୁଲିସ ହାଜତରେ ତାଙ୍କ ପୁଅକୁ ନିର୍ଯାତନା ଦେବା ସହିତ ତଦନ୍ତକାରୀ ସବ୍‌ଇନ୍ସପେକ୍ଟର ତାଙ୍କୁ ଖଲାସ କରିଦେବା ପାଇଁ ୨୦,୦୦୦ ରୁ ୩୦,୦୦୦ ଟଙ୍କା ଦାବି କରିଥିଲେ। ପରଦିନ ସକାଳେ ତାଙ୍କୁ କୁହାଯାଇଥିଲା ଯେ, ହାଜତରେ ତାଙ୍କ ପୁଅ ଆତ୍ମହତ୍ୟା କରିଦେଇଛି। ପୁଲିସ ଅଧିକାରୀଙ୍କ ଅବହେଳା ଯୋଗୁ ତାଙ୍କ ପୁଅ ଆତ୍ମହତ୍ୟା କରିଥିବା ମୃତ ଯୁବକଙ୍କ ବାପା କହିଛନ୍ତି। ତେବେ ଆବେଦନକାରୀ ଆର୍ଥିକ କ୍ଷତିପୂରଣ ପାଇବାକୁ ହକଦାର ବୋଲି ଦର୍ଶାଇ କୋର୍ଟ ୮ ସପ୍ତାହ ଭିତରେ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.