Delay: ଭାପୁର ତହସିଲ କାର୍ଯ୍ୟାଳୟରେ ଜାତିଗତ ପ୍ରମାଣପତ୍ର ଦେବାରେ ବିଳମ୍ବ ପ୍ରତିବାଦରେ ଧାରଣା

13 hours ago 2
ARTICLE AD BOX

ଭାପୁର: ରାଜ୍ୟର ରାଜସ୍ବ ମନ୍ତ୍ରୀ କହୁଛନ୍ତି ଯେ କୌଣସି ତହସିଲରେ କାର୍ଯ୍ୟ ପାଇଁ ଲୋକମାନଙ୍କୁ ଆଉ ତହସିଲ କାର୍ଯ୍ୟାଳୟକୁ ଧାଇଁବାକୁ ପଡିବନାହିଁ। ଲୋକମାନଙ୍କୁ ହାତ ପାଆନ୍ତରେ ସୁବିଧା ଯୋଗାଇ ଦିଆଯିବ। ମାତ୍ର ନୟାଗଡ଼ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟରେ ଏକଦମ ଓଲଟା ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ପାଇଁ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଯାଉଛି ପଛେ ମିଳୁନି ପ୍ରମାଣପତ୍ର

ଆଜି ମେଧାବୃତ୍ତି ପରୀକ୍ଷାରେ ନାମ ପଞ୍ଜିକୃତ କରିବାପାଇଁ ଭାପୁର ତହସିଲ କାର୍ଯ୍ୟାଳୟରେ ଗତ ୩ ତାରିଖରୁ ଆବେଦନ କରିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମିଳିପାରିଲାନାହିଁ ଜାତିଗତ ପ୍ରମାଣପତ୍ର। ଫଳରେ ଏହି ଘଟଣାକୁ ବିରୋଧକରି ଭାପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ପାଟିରେ ସେଲୋଟେପ ମାରି ହାତରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି ଧାରଣାରେ ବସିଛନ୍ତି।

Doctor: ବିଜେଡି ନେତା ବିକ୍ରମ ପଣ୍ଡା ଜେଲରୁ ସାକ୍ଷୀଙ୍କୁ ଧମକ ସହ ପ୍ରଲୋଭିତ ଘଟଣା, ସତ ମାନିଲେ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.