ARTICLE AD BOX
ପୁରୀ:ଜଗନ୍ନାଥଙ୍କ ସେବା କରିବାକୁ ଆସିଥିବା ଜଣେ ହୋମଗାର୍ଡଙ୍କ ଜୀବନ ଅକାଳରେ ଚାଲିଗଲା। କେନ୍ଦୁଝରଜିଲ୍ଲା ଘଟଗାଁ ଥାନା ହୁଣ୍ଡାପିଟା ଗ୍ରାମର ପ୍ରଦୀପ ମହାନ୍ତ, ୪୫ ରଥଯାତ୍ରା ଡିଉଟି କରିବାକୁ ଆସି ଆଉ ଘରକୁ ଫେରିପାରିଲେନି। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଗୋଟିଏ କୋଠରୀରେ ରାତିରେ ଶୋଇଥିବା ବେଳେ ତାଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲାରୁ ୫୦ ଜଣିଆ ହୋମଗାର୍ଡ ଦଳ ରଥଯାତ୍ରା ଡିଉଟି ପାଇଁ ପୁରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଦୀପ ମହାନ୍ତ ମଧ୍ୟ ଥିଲେ। ରାତି ୧୦ଟା ସମୟରେ ସେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଏକ କୋଠରୀରେ ସାଥୀମାନଙ୍କ ସହ ଶୋଇଥିଲେ। ହଠାତ ମଝି ରାତିରେ ସେ ଉଠି ବାନ୍ତି କରିଥିଲେ l ତାଙ୍କ ପାଟିରୁ ଧଳା ରଙ୍ଗର ଫେଣ ବାହାରୁଥିବା ଦେଖିଥିଲେ ସାଥୀମାନେ।
Road Accidents: ରାଜଧାନୀରେ ଭିନ୍ନ ସଡ଼କ ଦୁର୍ଘଟଣା: ଚାଲିଗଲା ଦୁଇ ଯୁବକଙ୍କ ଜୀବନ
ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିବ
ତୁରନ୍ତ ସାଥୀମାନେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ସେ ମୃତ୍ୟୁବରଣ କରିସାରିଥିଲେ।ମୃତ୍ୟୁର କାରଣ ନେଇ ସନ୍ଦେହ। ହୋମଗାର୍ଡଙ୍କ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଘଟଣାସ୍ଥଳରେ ସାପ କାମୁଡ଼ାହୋଇଥିବା ନେଇ ଚର୍ଚ୍ଚା ହେଉଛି। ସୂଚନା ପାଇବା ପରେ ସତ୍ୟବାଦୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ଏଣେ ପ୍ରଦୀପ ମହାନ୍ତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଛଡ଼ା ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଖାଲି ସେତିକି ନୁହେଁ, ପରିବାରର ଜଣଙ୍କୁ ଚାକିରି ଦିଆଯିବା ନେଇ ବି ନିଷ୍ପତ୍ତି ହୋଇଛି।

3 weeks ago
11


