Death: ପୁଣି ଜଣେ ଦାଦନର ଅପମୃତ୍ୟୁ, ଝୁଲନ୍ତା ମୃତଦେହ ଉଦ୍ଧାର

4 weeks ago 14
ARTICLE AD BOX

ରାୟଗଡ଼ା: ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା  ଜଣାପଡିଛି I ଏକ ଅଭାବନୀୟ ଘଟଣାରେ କାଶିପୁର ଅଂଚଳର ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ  କେରଳ ରାଜ୍ୟରେ ଦେଖିବାକୁ ମିଳିଛି ।  ମୃତକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଖଣି ଖାଦାନ ଭରା କାଶୀପୁର ବ୍ଳକର ଚନ୍ଦ୍ରଗିରି ପଞ୍ଚାୟତର ଚାନ୍ଦଗିରି ଗ୍ରାମର କୁଳଧର ଗୌଡ଼ । ସନ୍ଦେହଜନକ ଭାବେ ତାଙ୍କ ମୃତ୍ୟୁ ଦେହ ଗୋଟିଏ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା I କୁଳଧର କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଛନ୍ତି ସେ ନେଇ କୌଣସି ତଥ୍ୟ ମିଳିପାରିନାହିଁ I କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ପରିବାର ସୂଚନା ଦେଇ ପାରୁନାହାନ୍ତି । ଏନେଇ ପରିବାର ବର୍ଗ ଶବକୁ ଜନ୍ମ ମାଟି କାଶିପୁର ଆଣିବା ପାଇଁ ଶ୍ରମ ବିଭାଗକୁ ନିବେଦନ କରିଛନ୍ତି I

୩୫ ଦିନରେ ୩ଟି ଅପମୃତ୍ୟୁ

ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ଗୁଣପୁର ବ୍ଲକ ସଗଡା ଗ୍ରାମ ପଞ୍ଚାୟତର  ଆଲଙ୍ଗଗଡ଼ା ଗ୍ରାମର ପ୍ରଦୀପ ଶବରଙ୍କ  ମୃତଦେହ  ଝୁଲନ୍ତା ଅବସ୍ଥାରେ  ମିଳିଥିଲା ।  ଗତ ମ‌େ ମାସରେ  ଗୁଣପୁର ବ୍ଲକ ଅନ୍ତର୍ଗତ ସଗଡ଼ା ଗ୍ରାମର ଜଣେ ଯୁବତୀ  ବିଲମା ଗମାଙ୍ଗ ମଧ୍ୟ ଆନ୍ଧ୍ର ପ୍ରଦେଶ ଗୋଦାବରୀ ଜିଲ୍ଳା ଭିମାବରମର ଏକ ଚିଙ୍ଗୁଡି କମ୍ପାନୀରେ କାର୍ଯ୍ୟ କରିବାକୁ ଯାଇଥିଲେ ।  କମ୍ପାନୀ ହଷ୍ଟେଲ ନିକଟରେ ସନ୍ଦେହଜନକ  ଭାବେ ଏକ ଗଛରେ ବିଲମାଙ୍କୁ ଝୁଲନ୍ତା ମୃତ ଦେହ ମିଳିଥିଲା । ଜିଲ୍ଳାର  ଯୁବକ ଯୁବତୀ  ଦାଦନ  ଖଟିବାକୁ  ଯାଇ ଏଭଳି ଅପମୃତ୍ୟୁର ଶିକାର ହେଉଥିବାରୁ  ଦାଦନ ଶ୍ରମିକଙ୍କ  ମଧ୍ୟରେ ଆତଙ୍କ ଖେଳିଯାଇଛି I ୩୫ ଦିନରେ ୩ଟି ଏଭଳି ଅପମୃତ୍ୟୁ ଘଟଣା ଘଟିଛି I ରାୟଗଡା ଜିଲ୍ଲାରୁ ପାଖାପାଖି ୫୦ ହଜାରରୁ ଉର୍ଧ୍ଵ ଯୁବକ ଯୁବତୀ ଦାଦନ ଶ୍ରମିକ  ଭାବେ ଦେଶର  ବିଭିନ୍ନ ରାଜ୍ୟରେ ଖଟୁଛନ୍ତି I ରାୟଗଡା ଜିଲ୍ଳାର ଅଧିକାଂଶ ଯୁବକ ଯୁବତୀ ଦକ୍ଷିଣ ଭାରତରେ  ଦାଦନ ଖଟୁଛନ୍ତି I ରାୟଗଡା  ଜିଲ୍ଳାର କାଶୀପୁର ଏବଂ କଲ୍ୟାଣସିଂହପୁର ବ୍ଲକରୁ ସର୍ବାଧିକ ଦାଦନ ଯାଇଥିବା ତଥ୍ୟ ଖୋଦ ସରକାର ସୂଚନା ଦେଇଛନ୍ତି I କାଶିପୁର ବ୍ଲକରେ ସର୍ବାଧିକ ଖଣି ଖାଦାନ ଓ ଶିଳ୍ପ ରହିଥିବା ବେଳେ ସେହି ଅଂଚଳରୁ ହିଁ ଦାଦନ ଖଟିବାକୁ ଅଧିକା ଯୁବକ ଯୁବତୀ ଯାଉଛନ୍ତି I

congress: ତାମିଲନାଡୁ ଗ୍ୟାସ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ କଂଗ୍ରେସର ପ୍ରତିନିଧି

Read Entire Article
LEFT SIDEBAR AD

Hidden in mobile, Best for skyscrapers.