ARTICLE AD BOX
ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଗୋଠଳପଦର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରୁ ୫୬ ବର୍ଷୀୟ ମାତିଆ ପାତିକାଙ୍କ ମୃତଦେହ ମିଳିଥିଲା। ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ଓ ଘଟଣା ପଛରେ ଥିବା ରହସ୍ୟ ପର୍ଦ୍ଦାଫାସ କରିଛି ଗୁଣପୁର ପୁଲିସ। ହତ୍ୟାକାଣ୍ଡରେ ସମ୍ପୃକ୍ତ କାକିତାରା ଗ୍ରାମର ବିଡିକା ରାମଚନ୍ଦ୍ର, ବିଡିକା ରମେଶ, ବିଡିକା ସନ୍ତୋଷ, ଲିଙ୍ଗରାଜ ମାଣ୍ଡାଙ୍ଗି, ପାତିକା ମୋଜେସ, ପାତିକା ଯୋଗେନ୍ଦ୍ର, ନିମାଲା କୁମାରୁ, ବିଡିକା ବଡ଼ମା, ରବି ବିଡିକା, ବିଡିକା କୈଳାସ, ରାମଦାସ ବିଡିକା, ମଣ୍ଡାଙ୍ଗି କେଶବ ପ୍ରମୁଖ ୧୨ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା, ଅନ୍ୟ ସାମଗ୍ରୀ, ୧୨ଟି ମୋବାଇଲ ଓ ବାଇକ୍ ଜବତ କରିଛି।
WSC: ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା
ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରୁ ପାତିକା ମାତିଆ ଘରକୁ ନ ଫେରିବାରୁ ତାଙ୍କ ପତ୍ନୀ ଶୁଭାରାଣୀ ପାତିକାଙ୍କ ସମେତ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ଗ୍ରାମ ନିକଟ ଏକ ପୋଖରୀ ଖାଲରେ ମାତିଆଙ୍କ ମୃତଦେହ ସହ ବାଇକ୍ ପଡ଼ିଥିବା ଦେଖିବା ପରେ ପରିବାର ଲୋକ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୁଣିଗାରେଡ଼ି ସନ୍ଦେହରେ ପାତିଆଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିବା ପରେ ଗୁଣପୁର ଥାନା ଅଧିକାରୀ କେକେବିକେ କଅଁରଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ। ସନ୍ଦେହରେ ପୁଲିସ ଅଭିଯୁକ୍ତମାନଙ୍କୁ ଉଠାଇ ପଚରାଉଚରା କରିବା ପରେ ହତ୍ୟା ଘଟଣା ଉପରୁ ପରଦା ଉଠିଥିଲା। ୧୨ ଅଭିଯୁକ୍ତ ସଂଘବଦ୍ଧ ଭାବେ ମାତିଆଙ୍କୁ ପିଟିପଟି ହତ୍ୟା କରିବା ପରେ ଗ୍ରାମ ନିକଟ ମାଟି ରାସ୍ତା ପାର୍ଶ୍ୱରେ ଥିବା ଖାଲକୁ ବାଇକ୍ ସହ ମୃତଦେହ ଫୋପାଡ଼ି ଦେଇଥିଲେ ବୋଲି ଗୁଣପୁର ଏସ୍ଡିପିଓ ବାବୁଲି ନାୟକ ଏବଂ ଥାନା ଅଧିକାରୀ ଶ୍ରୀ କଅଁର ସୂଚନା ଦେଇଛନ୍ତି।

19 minutes ago
2


