ARTICLE AD BOX
ଚମ୍ପୁଆ (ପରମା ନନ୍ଦ ମହାନ୍ତ):କେନ୍ଦୁଝରଜିଲ୍ଲା ଚମ୍ପୁଆ ଥାନା ଅଧୀନ ବିଷ୍ଣୁପୁର ଗ୍ରାମରେ ଘଟିଯାଇଛି ଅଘଟଣ। ବଳଦ ଚରାଇ ଘରକୁ ଫେରୁଥିବାବେଳେ ବଜ୍ରପାତରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ହେଲେ ମୋହନ ଚରଣ ଗିରି।
ସୂଚନା ଅନୁସାରେ ବିଷ୍ଣୁପୁର ଗ୍ରାମର ମୋହନ ଚରଣ ଗିରି ଆଜି ଅପରାହ୍ଣରେ ବଳଦ ଚରାଇବାକୁ ଯାଇଥିଲେ। ସନ୍ଧ୍ୟାରେ ହଠାତ ମେଘ ଉଠାଇ ବର୍ଷା ଆରମ୍ଭ ହେବାବେଳକୁ ସେ ବଳଦ ନେଇ ଘରକୁ ଫେରୁଥିଲେ। ଆଉ ଅଳ୍ପ ବାଟ ପରେ ଘରେ ପହଞ୍ଚି ଥାନ୍ତେ।
lightning strike ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ, ଦୁଇ ବଳଦର ଜୀବନ ଗଲା
ଘରଠାରୁ ଅଳ୍ପ ଦୂରରେ ହଠାତ୍ ବଜ୍ରାଘାତ ହୋଇଥିଲା। ଫଳରେ ସେ ଆହତ ହୋଇଥିଲେ। ଘର ଲୋକ ତାଙ୍କୁ ସଙ୍ଗେସଙ୍ଗେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ମୃତ ମୋହନଙ୍କ ମୃତଶରୀର ବ୍ୟବଛେଦ ପାଇଁ ରଖାଯାଇଛି।

2 weeks ago
8


