Dead: ଫିନଲ୍ୟାଣ୍ଡରେ ନିଖୋଜ ହାଇଦ୍ରାବାଦ ଛାତ୍ରଙ୍କ ମୃତଦେହ ଉଦ୍ଧାର

3 weeks ago 12
ARTICLE AD BOX

ହାଇଦ୍ରାବାଦ: ଫିନଲ୍ୟାଣ୍ଡରେ ଗତ ଦୁଇ ମାସ ହେଲା ନିଖୋଜ ଥିବା ହାଇଦ୍ରାବାଦର ଜଣେ ୧୮ ବର୍ଷୀୟ ଛାତ୍ରଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର ହେବା ପରେ ଛାତ୍ରଙ୍କ ପରିବାର ଏହାକୁ ସନ୍ଦେହଜନକ ଘଟଣା ବୋଲି କହି ତଦନ୍ତ ଦାବି କରିଛନ୍ତି। ମୃତ ଛାତ୍ରଙ୍କ ନାମ ମନିଦୀପ୍‌ ରେଡ୍ଡୀ ବୋଲି ଜଣାପଡ଼ିଛି। ତାଙ୍କୁ ଶେଷ ଥର ପାଇଁ ମେ ୫ ତାରିଖରେ ହେଲସିଙ୍କିର ଏକ ମଲ୍‌ରେ ଦେଖିବାକୁ ମିଳିଥିଲା। ମନ୍‌ଦୀପଙ୍କ ପାରବାରିକ ଓକିଲ କହିଛନ୍ତି, ରେଡ୍ଡୀଙ୍କ ମୃତ ଶରୀର ଶନିବାର ସମୁଦ୍ରରୁ ଉଦ୍ଧାର କରାଯାଇଛି। ରେଡ୍ଡୀ ଫିନଲ୍ୟାଣ୍ଡର ଲାପେନେରାଣ୍ଟା-ଲାହତି ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟି (ଏଲ୍‌ୟୁଟି) ଲାହତି କ୍ୟାମ୍ପସରେ ସଫ୍ଟୱେର୍‌ ଓ ସିଷ୍ଟମ୍‌ ଇଞ୍ଜିନିୟରିଂରେ ସ୍ନାତକ କରୁଥିଲେ।

ମନଦୀପ୍‌ଙ୍କ ବାପା ଜି ମୁଥ୍ୟମ୍‌ ରେଡ୍ଡୀ ମଧ୍ୟ କହିଛନ୍ତି ଯେ, ସେ ଶେଷଥର ପାଇଁ ମେ ୫ ତାରିଖରେ ତାଙ୍କ ପୁଅ ସହିତ କଥା ହୋଇଥିଲେ। ମୁଥ୍ୟମ୍‌ ରେଡ୍ଡୀ କହିଛନ୍ତି, ତାଙ୍କ ପୁଅ ସେହିଦିନ କିଛି ଟଙ୍କା ମାଗିଥିଲେ। ତାଙ୍କ ପତ୍ନୀ ମମତା ତାଙ୍କୁ ଅନଲାଇନ ମାଧ୍ୟମରେ ଟଙ୍କା ଦେଇଥିଲେ। ତା’ପରଠାରୁ ପୁଅ ତାଙ୍କମାନଙ୍କ ସହିତ ଆଉ ଯୋଗାଯୋଗ କରିନଥିଲେ। ରେଡ୍ଡୀଙ୍କ ପରିବାର ମଧ୍ୟ ଏହି ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। 

ତେଲେଙ୍ଗାନା ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଛାତ୍ରଙ୍କ ସନ୍ଧାନ କରିବାକୁ କହିଥିଲେ। ମନଦୀପ୍‌ ଜଣେ ବନ୍ଧୁଙ୍କ ସହିତ ମିଶି ଫିନ୍‌ଲ୍ୟାଣ୍ଡରେ ଯେଉଁଠାରେ ରହୁଥିଲେ ସେହି ସ୍ଥାନଠାରୁ ୧୦୦ କିମି ଦୂରକୁ ଯାଇଥିବା ପୁଲିସ ପରିବାରକୁ ସୂଚନା ଦେଇଛି। ବନ୍ଧୁ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ପଚରାଉଚରା ପରେ ବି ମନଦୀପଙ୍କ ସମ୍ପର୍କରେ କିଛି ତଥ୍ୟ ମିଳିନଥିଲା। 

Dead body: ବାଇକ୍‌ରେ ବୁହା ହେଲା ନାବାଳିକାର ମୃତଦେହ

ମନଦୀପଙ୍କ ମୃତଦେହ ମିଳିବା ପରେ ପରିବାର ଲୋକ ସବିଶେଷ ତଦନ୍ତ କରିବାକୁ ଦାବି କରିଛନ୍ତି। ପରିବାର ଲୋକ କହିଛନ୍ତି, ତାଙ୍କ ପୁଅ ଦୁଇ ମାସ ନିଖୋଜ ହେବା ପରେ ଏବେ ତାଙ୍କ ମୃତଦେହ ମିଳିବା ସନ୍ଦେହଜନକ। ଏହା ପ୍ରାକୃତିକ ମୃତ୍ୟୁ ହୋଇନଥିବ। ଫିନ୍‌ଲ୍ୟାଣ୍ଡ କର୍ତ୍ତୃପକ୍ଷ ପିଲା ନିଖୋଜ ହେବା ଓ ତା’ର ମୃତ୍ୟୁ ଘଟଣାର ତଦନ୍ତ କରିବା ଉଚିତ। ରେଡ୍ଡୀ ପରିବାରର ଓକିଲ କହିଛନ୍ତି, ବାରମ୍ବାର ଇମେଲ, ଫୋନ୍‌ କଲ୍‌ ଓ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମେ ୨୯ ତାରିଖ ପରେ ଫିନଲ୍ୟାଣ୍ଡ ପୁଲିସ ନିଜ ଆଡ଼ୁ ଯୋଗାଯୋଗ ବନ୍ଦ କରିଦେଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.