ARTICLE AD BOX
ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଘଟିଛି। ବରଗଡ଼ ଥାନା ଅଧୀନ ବିଜେବି ନଗର ଅଞ୍ଚଳରେ ଆଜି ନିର୍ମାଣାଧୀନ ପାଇଖାନାରେ ପଡ଼ି ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
/sambad/media/media_files/2026/07/11/untitled-12-2026-07-11-16-22-39.jpeg)
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଘଟିଛି। ବରଗଡ଼ ଥାନା ଅଧୀନ ବିଜେବି ନଗର ଅଞ୍ଚଳରେ ଆଜି ନିର୍ମାଣାଧୀନ ଶୌଚାଳୟରେ ପଡ଼ି ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ବିଜେବି ନଗର ଅଞ୍ଚଳରେ ଏକ ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ଅଘଟଣ ଘଟିଥିଲା। ଶୌଚାଳୟ ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
12


