Dead: ନଈରେ ନିଖୋଜ ହୋଇଥିଲେ, ସମୁଦ୍ର କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

1 week ago 8
ARTICLE AD BOX

ପୁରୀ (ଶିବପ୍ରସାଦ ଦାସ): ପୁରୀ ସହରର ବଳିଆପଣ୍ଡା ଥାନା ଅଧୀନ ମଙ୍ଗଳା ନଈରେ ଗାଧୋଉଥିବା ବେଳେ ନିଖୋଜ ହୋଇଥିବା ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ହୋଟେଲ ରୟାଲ ସମ୍ମୁଖ ବେଳାଭୂମିରୁ ଲାଇଫଗାର୍ଡ ଟିମ୍ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ସାହା କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଶୁଭମ ବାରିକ।

ଗତକାଲି ଶୁଭମ ତାଙ୍କ ସାଙ୍ଗମାନଙ୍କ ସହ ମଙ୍ଗଳା ମୁହାଣ ନଈ ନିକଟରେ ସ୍ନାନ କରୁଥିଲେ। ସ୍ନାନ କରୁକରୁ ହଠାତ୍ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ସାଙ୍ଗମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳି ନଥିଲା। ଆଜି ସକାଳେ ହୋଟେଲ ସ୍ୱସ୍ତି ସମ୍ମୁଖ ସମୁଦ୍ରରେ ଏକ ମୃତଦେହ ଭାସୁଥିବା ଦେଖି ଲାଇଫଗାର୍ଡ ଉଦ୍ଧାର କରିଥିଲେ। ପରେ ଏହା ଶୁଭମଙ୍କ ମୃତଦେହ ବୋଲି ଜଣାପଡିଛି।

ଖବର ପାଇ ବଳିଆପଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏ ନେଇ ଲାଇଫଗାର୍ଡ କେ. ମାଣିକ୍ୟମ କହିଛନ୍ତି, ମଙ୍ଗଳା ନଈର ସମୁଦ୍ର ସହ ସିଧା ସଂଯୋଗ ରହିଛି। ନଦୀରେ ବୁଡିବା ପରେ ପ୍ରବଳ ସ୍ରୋତରେ ଶୁଭମ ସମୁଦ୍ର ଭିତରକୁ ଭାସି ଯାଇଥିଲେ, ଯାହା ଫଳରେ ଏଭଳି ହୃଦୟ ବିଦାରକ ଅଘଟଣ ଘଟିଛି। ଶୁଭମଙ୍କ ମୃତ୍ୟୁ ଖବର ପରେ ତାଙ୍କ ପରିବାର ଓ କଲେଜରେ ଶୋକର ଛାୟା ଖେଳିଯାଇଛି।

China: ପ୍ରଥମ ଥର ବନ୍ୟା ମୃତ୍ୟୁସଂଖ୍ୟା ଜାରି କଲା ଚୀନ୍‌: ୩୧ ମୃତଦେହ ଉଦ୍ଧାର, ୫୩୧ ନିଖୋଜ

Read Entire Article
LEFT SIDEBAR AD

Hidden in mobile, Best for skyscrapers.