Dead: ଦୁର୍ଘଟଣାରେ ପୁଅ ମୃତ, ଜୀବନ ହାରିଲେ ବାପା

1 week ago 5
ARTICLE AD BOX

ଦୁର୍ଘଟଣାରେ ଆଖି ବୁଜିଲେ ପୁଅ। ଖବର ପାଇ ମର୍ମାହତ ହୋଇ ଘର ଭିତରେ ବେକରେ ରଶି ଲଗାଇ ଜୀବନ ହାରିଦେଲେ ବାପା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅଧୀନ ଟାଙ୍ଗରଯୋର ଗ୍ରାମର...

 (sambad.in) Photograph: (sambad.in)

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଦୁର୍ଘଟଣାରେ ଆଖି ବୁଜିଲେ ପୁଅ। ଖବର ପାଇ ମର୍ମାହତ ହୋଇ ଘର ଭିତରେ ବେକରେ ରଶି ଲଗାଇ ଜୀବନ ହାରିଦେଲେ ବାପା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅଧୀନ ଟାଙ୍ଗରଯୋର ଗ୍ରାମର ଗଙ୍ଗେଇଢିପାରେ। ମୃତକ ହେଲେ ଶଙ୍କର ନାଏକ (୪୬) ଓ ତାଙ୍କ ପୁଅ ସୁଧୀର ନାଏକ।

ଶନିବାର ଶଙ୍କରଙ୍କ ପୁଅ ସୁଧୀର ଘରୁ ଅନ୍ୟ ଏକ ଗାଁକୁ ଯାଉଥିବାବେଳେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା। କିନ୍ତୁ ଅବସ୍ଥା ଅତି ଗୁରୁତର ହେବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ପାଇବା ପରେ ବାପା ଶଙ୍କର ମ୍ରିୟମାଣ ହୋଇପଡ଼ିଥିଲେ। ଘର ଭିତରେ ପଶି ଆତ୍ମହତ୍ୟା କରିଥିଲେ। କିଞ୍ଜିରକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି। ଏ ନେଇ କିଞ୍ଜିରକେଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.