Dead: ଦିଲ୍ଲୀର ଜିଟିବି ହସ୍ପିଟାଲରେ ସିଲିଂ ଫ୍ୟାନ୍‌ ଖସିପଡ଼ିବାରୁ ରୋଗୀଙ୍କ ମୃତ୍ୟୁ

2 weeks ago 8
ARTICLE AD BOX

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଗୁରୁୁ ତେଗ୍‌ ବାହାଦୂର (ଜିଟିବି) ହସ୍ପିଟାଲରେ ଜରୁରୀକାଳୀନ ୱାର୍ଡ଼ରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ଉପରେ ସିଲିଂ ଫ୍ୟାନ୍‌ ଖସି ପଡ଼ିବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଛି। ଶନିବାର ରାତିରେ ୪୨ ବର୍ଷୀୟ ମହମ୍ମଦ ଆକବରଙ୍କ ଚିକିତ୍ସା ଚାଲିଥିବା ସମୟରେ ସିଲିଂ ଫ୍ୟାନ୍‌ ତାଙ୍କ ଉପରେ ଖସି ପଡ଼ିଥିଲା। ଫ୍ୟାନ୍‌ ପଡ଼ିବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। 

ମହମ୍ମଦ ଆକବରଙ୍କୁ ଶନିବାର ତାଙ୍କ ଭାଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆକବରଙ୍କଠାରେ ଉଚ୍ଚ ରକ୍ତଚାପ, ମେନିଙ୍ଗୋଏନସେଫାଲାଇଟିସ୍ ଓ ଆସ୍ପିରେସନ୍ ନିମୋନିଆ ସମସ୍ୟା ରହିଥିଲା। ରାତି ୯ଟା ୩୦ ସମୟରେ ଜଣେ ନର୍ସିଂ ଅଧିକାରୀ ଆକବରଙ୍କ ଚିକିତ୍ସାର ତଦାରଖ କରୁଥିବାବେଳେ ହଠାତ୍‌ ସିଲିଂ ଫ୍ୟାନ୍‌ଟି ଖସି ପଡ଼ିଥିଲା। ରୋଗୀଙ୍କ ଶଯ୍ୟା ଉପରେ ଫ୍ୟାନ୍‌ ସିଧାସଳଖ ଖସି ପଡ଼ିଥିଲା। ଏଥିରେ ଉଭୟ ରୋଗୀ ଓ ନର୍ସିଂ ଅଧିକାରୀ ଆହତ ହୋଇଥିଲେ। 

Iran war: ଜର୍ଡାନରେ ଆମେରିକା ସେନା ଘାଟି ଉପରେ ଇରାନର ଆକ୍ରମଣ, ୨ ଆମେରିକୀୟ ସୈନିକଙ୍କ ମୃତ୍ୟୁ

ଏହି ଘଟଣାର ୩ ଘଣ୍ଟା ଭିତରେ ଆକବରଙ୍କର ମୃତ୍ୟୁ ହୋଇଥିଲା। ହସ୍ପିଟାଲ ପକ୍ଷରୁ ମୃତ୍ୟୁର କାରଣ ଉଚ୍ଚ ରକ୍ତଚାପ, ମେନିଙ୍ଗୋଏନସେଫାଲାଇଟିସ୍ ଓ ଆସ୍ପିରେସନ୍ ନିମୋନିଆ ଲେଖାଯାଇଛି। ତେବେ ଆକବରଙ୍କ ପରିବାର ଲୋକ ରବିବାର ସକାଳେ ଏହି ଘଟଣାକୁ ନେଇ ହସ୍ପିଟାଲରେ ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ। ଜିଟିବି ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.