ARTICLE AD BOX
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରି ମାଦିନାଜୁ ଗ୍ରାମ ନିକଟ ଜଙ୍ଗଲରୁ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତକ ହେଲେ ଚନ୍ଦ୍ରମା ସାହୁ (୬୦)।
ସୂଚନା ଅନୁସାରେ, ଗତ ୬ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟାରୁ ଚନ୍ଦ୍ରମା ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଘୁ.ଉଦୟଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ପରିବାର ସଦସ୍ୟ ଓ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲେ।
ମଙ୍ଗଳବାର ଗ୍ରାମଠାରୁ କିଛି ଦୂରରେ ଥିବା କଟଡକୁପା ଅଞ୍ଚଳର ପାହାଡ଼ ନିକଟରେ ଚନ୍ଦ୍ରମାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ସୋସିଆଲ୍ ୱର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ (ସ୍ୱାକ)ର ସଭାପତି ଆମନ ଚନ୍ଦ୍ର ନାୟକ, ସମ୍ପାଦକ ହୃଷୀକେଶ ପ୍ରଧାନ ଓ କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଏବଂ ଘୁ.ଉଦୟଗିରି ଆଦର୍ଶ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ତଦନ୍ତ କରିଥିଲେ। ପରେ ପରିବାର ସଦସ୍ୟମାନେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
Death: ବିସିଇଟିରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଏନେଇ ଘୁ.ଉଦୟଗିରି ଥାନାରେ ଅପମୃତ୍ୟୁ ମାମଲା ନଂ. ୮/୨୬ ରୁଜୁ ହୋଇଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର କାରଣ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

1 week ago
5


