Dead Body Found: ସମୁଦ୍ରରେ ଓଲଟିଲା ଜୟ ମା କାଳୀ: ୯ ମୃତଦେହ ଉଦ୍ଧାର

3 weeks ago 13
ARTICLE AD BOX

ଭୋଗରାଇ: ଜୁଲାଇ ୨ ତାରିଖରୁ ନିଖୋଜ ଥିବା ଟ୍ରଲର "ଜୟ ମା' କାଳୀ"ର ମିଳିଲା ସନ୍ଧାନ। ପଶ୍ଚିମବଙ୍ଗର କାକଦ୍ଵୀପ ବକଖାଲିଠାରୁ ୧୬ କି.ମି. ଦୂର ରକ୍ତେଶ୍ବର ଚଡ ପାଖରେ ସମୁଦ୍ରରୁ ଉଦ୍ଧାର ହୋଇଛି ଟ୍ରଲରଟି। ଉଦ୍ଧାର ବେଳେ ଟ୍ରଲର ଭିତରେ ୯ ଜଣ ମୃତଦେହ ଥିବା ଦେଖିବାକୁ ମିଳିଛି। ଅନ୍ୟ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ନ ମିଳିବା ନେଇ ଚିନ୍ତା ବଢ଼ାଇଛି।

ଜୁଲାଇ ୨ ତାରିଖରେ ସମୁଦ୍ରକୁ ବାହାରିଥିଲା

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଦୀଘା ଶଙ୍କରପୁର ଜେଟିରୁ ଏହି ଟ୍ରଲରଟି ଭୋଗରାଇ ବ୍ଲକର ୩ ଜଣ ଭାଇଙ୍କ ସହିତ ୧୬ ମତ୍ସ୍ୟଜୀବୀଙ୍କ ନେଇ ଜୁଲାଇ ୨ ତାରିଖରେ ସମୁଦ୍ରକୁ ବାହାରିଥିଲା। ଇଲିସି ମାଛ ସନ୍ଧାନରେ ସେମାନେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ୧୧ ଦିନ ପରେ ରକ୍ତେଶ୍ବର ଚଢ ପାଖରେ ଏକ ଟ୍ରଲରଟି ଓଲଟି ପଡିଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ। ପରେ ସମୁଦ୍ରରୁ ଟ୍ରଲରଟି ଟାଣି ଆଣି ପଶ୍ଚିମବଙ୍ଗର ଗୋବର୍ଦ୍ଧନପୁରର ସୀତାରାମ ଅଞ୍ଚଳକୁ ଅଣାଯାଇଥିଲା। ତାପରେ ସେଠାରୁ କିଛି ମତ୍ସ୍ୟଜୀବୀ ଟ୍ରଲର ଭିତରେ ପଶି ଛାନବିନ କରିବା ପରେ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଦେଖିବା ପାଇଁ ପାଇଥିଲେ। ତାପରେ ଖୋଜାଖୋଜି କରିବା ପରେ ୯ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ମତ୍ସ୍ୟଜୀବୀଙ୍କୁ ଖୋଜିବା ପାଇଁ ସମୁଦ୍ରର ବିଭିନ୍ନ ଅଞ୍ଚଳରେ ତଲାସି ଜାରି ରହିଛି।

Gambling Case: ଜୁଆଆଡ଼ାରେ ଚଢ଼ଉ: ବନ୍ଧାହେଲେ ୯ ଜୁଆଡ଼ି

ସେପଟେ ଏହି ଖବର ଶୁଣିବା ପରେ ନିଖୋଜ ପରିବାର ଲୋକଙ୍କ ଭିତରେ ଶୋକ ଓ ଆଶଙ୍କାର ପରିବେଶ ସୃଷ୍ଟି ହୋଇଛି। ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ଉଲୁଡା ଗାଁର ୩ ଭାଇ ରବୀନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଓ ଜୟରାମ ମାଝୀଙ୍କୁ ନେଇ ପରିବାର ଲୋକେ ଗଭୀର ଚିନ୍ତାରେ ପଡ଼ିଛନ୍ତି ‌।

Read Entire Article
LEFT SIDEBAR AD

Hidden in mobile, Best for skyscrapers.