Davis Cup: ଶୁକ୍ରବାରଠୁ କୋରିଆ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ୍‌: ଫାଇନାଲ୍‌ ୮ରେ ପହଞ୍ଚିବା ଲକ୍ଷ୍ୟରେ ଭାରତ...

8 hours ago 2
ARTICLE AD BOX

ଚଳିତ ଡେଭିସ୍‌ କପ୍‌ କ୍ବାଲିଫାୟର ରାଉଣ୍ଡ-୨ରେ ଶୁକ୍ରବାର ସିଓଲରେ ଘରୋଇ ଦଳ ଦକ୍ଷିଣ କୋରିଆକୁ ଭେଟିବ ଭାରତ। ନେଦରଲାଣ୍ଡ୍‌ସକୁ ହରାଇ ଏହି ରାଉଣ୍ଡକୁ ଆସିଥିବା ଭାରତ ଏବେ ଫାଇନାଲ୍‌-୮ରେ ପହଞ୍ଚିବା ଲକ୍ଷ୍ୟ‌ ନେଇ କୋର୍ଟକୁ ଓହ୍ଲାଇବ।

 (internet) Davis Cup Photograph: (internet)

ସିଓଲ: ଚଳିତ ଡେଭିସ୍‌ କପ୍‌ କ୍ବାଲିଫାୟର ରାଉଣ୍ଡ-୨ରେ ଶୁକ୍ରବାର ସିଓଲରେ ଘରୋଇ ଦଳ ଦକ୍ଷିଣ କୋରିଆକୁ ଭେଟିବ ଭାରତ। ନେଦରଲାଣ୍ଡ୍‌ସକୁ ହରାଇ ଏହି ରାଉଣ୍ଡକୁ ଆସିଥିବା ଭାରତ ଏବେ ଫାଇନାଲ୍‌-୮ରେ ପହଞ୍ଚିବା ଲକ୍ଷ୍ୟ‌ ନେଇ କୋର୍ଟକୁ ଓହ୍ଲାଇବ। ଏକକରେ ଏକମାତ୍ର ଦକ୍ଷିଣ କୋରିଆ ଖେଳାଳି ଭାବେ ୨ଟି ଏଟିପି ଟୁର୍‌ ଟ୍ରଫି ଜିତିଥିବା ସୁନଉ କ୍ବନ୍‌ଙ୍କ ବିପକ୍ଷରୁ ଦକ୍ଷିଣେଶ୍ବର ସୁରେଶ ଅଭିଯାନ ଆରମ୍ଭ କରିବେ। ସିଓଲର ସ୍ଲୋ ଓ କମ୍‌ ବାଉନ୍ସ ପିଚ୍‌ରେ ବିଶ୍ବର ୧୫୦ ନମ୍ବର ଖେଳାଳି କ୍ବନ୍‌ଙ୍କ ବିପକ୍ଷରେ ଖେଳିବା ୨୬ ବର୍ଷୀୟ ଦକ୍ଷିଣେଶ୍ବର ବଡ଼ ଆହ୍ବାନ ହେବ।

ଆହୁରି ପଢ଼ନ୍ତୁ- Gas Cylinder Explodes: ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା କଣ୍ଟେନର

ଗତ ଫେବ୍ରୁଆରିରେ ୩୬୭ ନମ୍ବର ଦକ୍ଷିଣେଶ୍ବର ଚମତ୍କାର ପ୍ରଦର୍ଶନ ବଳରେ ଭାରତ ନାଟକୀୟ ଭାବେ ୩-୨ରେ ନେଦରଲାଣ୍ଡ୍‌ସକୁ ମାତ୍‌ ଦେଇଥିଲା। ତେଣୁ ତାଙ୍କ ଉପରେ ଭାରତ ଭରସା ରଖିଛି। ‌ଅନ୍ୟ ଏକକ ମ୍ୟାଚ୍‌ରେ ଭାରତର ୧ନମ୍ବର ଖେଳାଳି ସୁମିତ ନଗଲ ଭେଟିବେ ୫୬୭ ନମ୍ବର ହିଓନ୍‌ ଚୁଙ୍ଗ୍‌ଙ୍କୁ। ଚୁଙ୍ଗ ୨୦୧୮ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଆଲେକ୍‌ଜାଣ୍ଡର ଭେରେଭ୍‌ (ରାଉଣ୍ଡ-୩) ଓ ନୋଭାକ ଜୋକୋଭିକ୍‌ (ରାଉଣ୍ଡ-୪)ଙ୍କ ଭଳି ଖେଳାଳି ହରାଇ ସେମିଫାଇନାଲ୍‌ରେ ପହଞ୍ଚିଥି‌ଲେ। ରୋଜର ଫେଡେରେର୍‌ଙ୍କଠୁ ହାରି ବିଦାୟ ନେଇଥିଲେ। ଚୁଙ୍ଗ ଲଗାତାର ଆହତ ଜନିତ ସମସ୍ୟାରେ ପଡ଼ିବାରୁ ତାଙ୍କ ମାନ୍ୟତାରେ ଅବନତି ଘଟିଛି। ଯୁଗଳରେ ଭାରତର ମଙ୍ଗ ଧରିବେ ଅଭିଜ୍ଞ ଏନ୍‌ ଶ୍ରୀରାମ ବାଲାଜୀ ଓ ଆହତ ୟୁକି ଭାମ୍ବ୍ରିଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ନିକି ପୂନାଚା। ପୂନାଚା ଡାକରା ପାଇ ବୁଧବାର ସନ୍ଧ୍ୟାରେ ସିଓଲରେ ପହଞ୍ଚିଥିଲେ। ଏହି ଯୋଡ଼ି ଉଇସୁଙ୍ଗ ପାର୍କ ଓ ଜିସୁଙ୍ଗ ନାମ୍‌ଙ୍କୁ ଭେଟିବେ।

ଅଧିକ ଦେଖନ୍ତୁ-

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.