ARTICLE AD BOX
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତବ୍ୟାଙ୍କ ଅଫ୍ ବରୋଦାର ୧ ଟେରାବାଇଟ୍ ତଥ୍ୟ ଅନଲାଇନ୍ରେ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ସେଥିରେ ଗ୍ରାହକମାନଙ୍କ ନାମ, ଆଧାର ବିବରଣୀ, ଖାତା ବିବରଣୀ, ଋଣ ତଥ୍ୟ, ଇଣ୍ଟରନେଟ୍ ବ୍ୟାଙ୍କିଂ ବିବରଣୀ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟ ରହିଛି। ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ବ୍ୟାଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ବ୍ୟାଙ୍କ କିଛି ସ୍ପଷ୍ଟ କରିନଥିଲା।
ଆହୁରି ପଢନ୍ତୁ : Sensex rises: ସେନ୍ସେକ୍ସରେ ୭୭୬ ପଏଣ୍ଟ ବୃଦ୍ଧି
ସାଇବର୍ ବିଶେଷଜ୍ଞ କହିଛନ୍ତି ଯେ ତଥ୍ୟ ଲିକ୍ ହେବା ଅର୍ଥ ନୁହେଁ ଯେ ବ୍ୟାଙ୍କରେ ଗ୍ରାହକଙ୍କ ଥିବା ଟଙ୍କା ଅସୁରକ୍ଷିତ ରହିଛି। କିନ୍ତୁ ଏହା ସହ ସମ୍ପର୍କିତ ବିପଦକୁ ମଧ୍ୟ ଏଡ଼ାଇ ହେବନାହିଁ। ଯେଉଁସବୁ ସମ୍ବେଦନଶୀଳ ତଥ୍ୟ ପ୍ରଘଟ ହୋଇଥିବା କୁହାଯାଉଛି ତାହାକୁ ବ୍ୟବହାର କରି ଠକମାନେ ଆହୁରି ଉନ୍ନତ ମାନର ସାଇବର୍ ଆକ୍ରମଣ କରିପାରିବେ। ବିଭିନ୍ନ ଉପାୟରେ ସେମାନଙ୍କ ଗ୍ରାହକଙ୍କ ବ୍ୟାଙ୍କ ସମ୍ପର୍କିତ ଅନ୍ୟ ତଥ୍ୟ ଚୋରାଇ ନେଇପାରିବେ।

1 week ago
3


