Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି

1 week ago 7
ARTICLE AD BOX

ନୂଆଦିଲ୍ଲୀ: ସର୍ବ ପ୍ରଥମ ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ କରାଯିବା ପାଇଁ ଏବେ ନୂଆଦିଲ୍ଲୀରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ପ୍ରସ୍ତାବିତ ଏହି ଡାଟା ବ୍ୟାଙ୍କରେ ଓଡ଼ିଶା ବାହାରେ ବସବାସ କରୁଥିବା ପ୍ରାୟ ଦେଢ଼ କୋଟି ଓଡ଼ିଆଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ସ୍ଥାନ ପାଇବାକୁ ଯାଉଛି। ଭାରତର ସମସ୍ତ ରାଜ୍ୟ ଓ ସହର ତଥା ବିଦେଶର ବିଭିନ୍ନ ଦେଶରେ ଅବସ୍ଥାନ କରୁଥିବା ଅଣ-ନିବାସୀ ଓଡ଼ିଆମାନଙ୍କ ପାଇଁ ଏବେ ଏହି ଡାଟା ବ୍ୟାଙ୍କରେ ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିଛି। ପଞ୍ଜୀକୃତ ହେବା ପରେ ସେମାନଙ୍କୁ ପ୍ରବାସୀ ଓଡ଼ିଆ ଭାବେ ପରିଚୟ ପତ୍ର ପ୍ରଦାନ କରାଯାଉଛି।

ଦେଶର ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ସାମୁଦାୟିକ ବିକାଶ ସମିତି (ଏସ ଭି ଏସ), ଏହାର ସଭାପତି ତଥା ବିଶିଷ୍ଟ ସମାଜସେବୀ ଓ ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଡଃ ମନୋରଞ୍ଜନ ମହାନ୍ତିଙ୍କର ନେତୃତ୍ୱରେ ବିଶ୍ୱବ୍ୟାପୀ ଓଡ଼ିଆଙ୍କର ଗଣନା ଓ ସେମାନଙ୍କର ଡିଜିଟାଲ ତଥ୍ୟ ସଂଗ୍ରହ କାର୍ଯ୍ୟରେ ଏବେ ନିୟୋଜିତ ରହିଛି।

ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କର ମୁଖ୍ୟ ସ୍ଥପତି ଡଃ ମନୋରଞ୍ଜନ ମହାନ୍ତି ଜଣାଇଛନ୍ତି ଯେ ସଂଗୃହୀତ ତଥ୍ୟ ପ୍ରବାସୀ ଓଡ଼ିଆ ୱେବସାଇଟ ଓ ମୋବାଇଲ ଆପ ରେ ସ୍ଥାନ ପାଇବ। ଏହି ସାଧୁ ଉଦ୍ୟମର ଅସଲ ଲକ୍ଷ୍ୟ ଜରୁରୀକାଳୀନ ପରିସ୍ଥିତିରେ ପ୍ରବାସୀ ଓଡ଼ିଆମାନଙ୍କୁ ତତ୍‌କ୍ଷଣାତ୍ ସହାୟତା ପ୍ରଦାନ କରିବା, ନିକଟରେ ରହୁଥିବା ଅନ୍ୟ ପ୍ରବାସୀ ଓଡ଼ିଆ ପରିବାର ମାନଙ୍କ ସହିତ ସେମାନଙ୍କର ଯୋଗାଯୋଗ ସ୍ଥାପନ କରାଇବା ଏବଂ ଓଡ଼ିଆ ସମ୍ପ୍ରଦାୟ ଓ ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କର ଏକ ବିଶ୍ୱସ୍ତରୀୟ ମଜବୁତ ନେଟୱାର୍କ ସୃଷ୍ଟି କରିବା ବୋଲି ଡଃ ମହାନ୍ତି ଉଲ୍ଲେଖ କରିଛନ୍ତି।

ଡାଟା ବ୍ୟାଙ୍କ, ୱେବସାଇଟ ଓ ମୋବାଇଲ ଆପ୍‌ର ଉଦ୍‌ଘାଟନ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ହେବ ବୋଲି ସଂଗଠକ ମାନେ ଜଣାଇଛନ୍ତି। ଭାରତ ଓ ବିଦେଶର ବିଭିନ୍ନ ଅଞ୍ଚଳରୁ ଆସିବାକୁ ଥିବା ପ୍ରାୟ ୩୦୦ଟି ବୃହତ ଓଡ଼ିଆ ସଂଗଠନର ତୁଙ୍ଗ ପ୍ରତିନିଧିମାନେ ଏହି ଅବସରରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ ବିଶ୍ୱର ୮୦ଟି ଦେଶରେ ଅବସ୍ଥାପିତ ଓଡ଼ିଆମାନେ ସେନସସ ପୋର୍ଟାଲ ରେ ନିଜ ନିଜର ନାମ ପଞ୍ଜୀକରଣ କରିସାରି ଥିବା ଜଣାଯାଇଛି।

ଭାରତ ଓ ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନେ ଯଥା ଶୀଘ୍ର ଏସ ଭି ଏସ ପ୍ଲାଟଫର୍ମରେ ସେମାନଙ୍କର ନାମ ପଞ୍ଜୀକରଣ କରାଇ ଜଣେ ପ୍ରକୃତ ଗର୍ବିତ ପ୍ରବାସୀ ଓଡ଼ିଆ ଭାବେ ନିଜକୁ ପରିଚିତ କରାନ୍ତୁ ବୋଲି ଡଃ ମହାନ୍ତି ନିବେଦନ କରିଛନ୍ତି। ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ୟମ ସହିତ ସାମିଲ ହୋଇ ପ୍ରବାସୀ ଓଡ଼ିଆ ସଂଗଠନମାନେ ଅଧିକରୁ ଅଧିକ ସଂଖ୍ୟକ ପ୍ରବାସୀ ଓଡ଼ିଆଙ୍କୁ ପଞ୍ଜୀକରଣ ପାଇଁ ପ୍ରୋତ୍ସାହିତ କରିବାକୁ ସେ ଅନୁରୋଧ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.