DA: ଓଡ଼ିଶାର ସରକାରୀ କର୍ମଚାରୀମାନଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

1 week ago 5
ARTICLE AD BOX

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହାଦ୍ୱାରା ସରକାରୀ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା ୨୫୭ ପ୍ରତିଶତରୁ ୨୬୨ ପ୍ରତିଶତକୁ ବୃଦ୍ଧି ପାଇଛି।  ମୁଖ୍ୟମନ୍ତ୍ରୀ ଏହି ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୬ ଜାନୁଆରି ପହିଲା ଠାରୁ ଲାଗୁ ହେବ। ଏହା ଜୁଲାଇ ମାସର ଦରମା ସହିତ ମିଳିବ ବୋଲି ଜଣାଯାଇଛି।

ଏହା ଫଳରେ ହଜାର ହଜାର ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀ  ସିଧାସଳଖ ଭାବେ ଉପକୃତ ହେବେ । ଦ୍ରବ୍ୟ ମୂଲ୍ୟ ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚ ବଢ଼ୁଥିବା ସମୟରେ ସରକାରଙ୍କ ଏହି ଘୋଷଣା କର୍ମଚାରୀଙ୍କ ପାଇଁ ବଡ଼ ଆର୍ଥିକ ଆଶ୍ୱସ୍ତି ଆଣିଛି। ବଢ଼ିଥିବା ଭତ୍ତା ସହ ବକେୟା ରାଶି ମିଳିବାରୁ କର୍ମଚାରୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।

Robbery: ମୋରଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରି ଓ ଛିନତାଇ

Read Entire Article
LEFT SIDEBAR AD

Hidden in mobile, Best for skyscrapers.