ARTICLE AD BOX
ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ ରୁ ୫.୮ କିଲୋମିଟର ଉଚ୍ଚରେ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୨୯ରୁ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏବଂ ପ୍ରବଳ ବର୍ଷା ହେବ। ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅଗଷ୍ଟ ୩୦ ଓ ୩୧ ତାରିଖ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ସତର୍କ କରାଯାଇଛି।
Nepal flood: ନେପାଳକୁ ବିଶ୍ବରୁ ସହାୟତାର ହାତ ବଢ଼ିଲା
ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ବର କାର୍ଯ୍ୟାଳୟ ମୁଖ୍ୟ ଡ. ମନୋରମା ମହାନ୍ତି କହିଛନ୍ତି ଆଜି ରାଜ୍ୟର କିଛି କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ୪ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୮୫ ମିଲିମିଟର ବର୍ଷା ହୋଇଛି। ଚଳିତବର୍ଷ ମୌସୁମୀରେ ରାଜ୍ୟରେ ୧୧୦୦୫ ମିଲିମିଟର ବର୍ଷା ହୋଇଛି। ସ୍ବାଭାବିକ ବର୍ଷା ୮୭୪ ମିଲିମିଟର ଥିବାବେଳେ ଚଳିତବର୍ଷ ୨୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢ଼େଙ୍କାନାଳ, ଜଗତସିଂହପୁର, କଟକ, ଅନୁଗୋଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
Weather: ଦୀଘା ନିକଟରେ ଛୁଇଁବ ଗଭୀର ଅବପାତ: ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ
ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ବି ବର୍ଷା ଲାଗି ରହିବ। ଅଗଷ୍ଟ ୨୮, ୨୯ ଓ ୩୦ ତାରିଖ ପର୍ଯ୍ୟନ୍ତ ବି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ। ୨୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ। ୩୧ ତାରିଖରେ ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ। ସେପ୍ଟେମ୍ବର ୧ ଓ ୨ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ରହିବ। ଅଗଷ୍ଟ ୩୦ ଓ ୩୧ ତାରିଖରେ ସମୁଦ୍ର ଦୁଇଦିନ ଅଶାନ୍ତ ରହିବ। ୬୦ କିଲୋମିଟର ପର୍ଯ୍ୟନ୍ତ ପବନ ଝଟ୍କା ଦେବାର ସମ୍ଭାବାନ ରହିଛି। ଏଣୁ ମତ୍ସ୍ୟଜୀବୀଙ୍କୁ ଏହି ସମୟରେ ସମୁଦ୍ରକୁ ଯିବାକୁ ମନା କରାଯାଇଛି ବୋଲି ଡ. ମହାନ୍ତି କହିଛନ୍ତି।

3 weeks ago
3


