ARTICLE AD BOX
ନୂଆଦିଲ୍ଲୀ:ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଭାବରେ ଯଦି ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଦୀର୍ଘଦିନ ବନ୍ଦ ରହିବ ତେବେ ଅଶୋଧିତ ତୈଳର ବ୍ୟାରେଲ ପ୍ରତି ଦାମ୍ ୧୨୦ ଡଲାରକୁ ବୃଦ୍ଧି ପାଇବା ଆଶଙ୍କା ରହିଛି ବୋଲି ଗୋଲ୍ଡମ୍ୟାନ୍ ସଚ୍ସ ପୂର୍ବାନୁମାନ କରିଛି। ଦୁଇ ଦେଶ ଭିତରେ ପୁଣି ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ଭିତରେ ତେଲ ଦର ୯୧ ଡଲାରକୁ ବୃଦ୍ଧି ପାଇଛି।
ଚଳିତ ବର୍ଷର ଚତୁର୍ଥ ତ୍ରୈମାସିକ କିମ୍ବା ଆସନ୍ତା ବର୍ଷ ସୁଦ୍ଧା ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ ପିଛା ଦର ୮୦ ଡଲାର କିମ୍ବା ୭୫ ଡଲାରକୁ ହ୍ରାସ ପାଇବାର ସମ୍ଭାବନା ଥିବା ଗୋଲ୍ଡମ୍ୟାନ୍ ସଚ୍ସ କହିଛି। କିନ୍ତୁ ସବୁ କିଛି ଲୋହିତ ସାଗରରେ ଜାହାଜ କିଭଳି ଚଳାଚଳ କରୁଛି ତାହା ଉପରେ ନିର୍ଭର କରିବ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପାଇଁ ଏହି ବାଟ ଦେଇ ଜାହାଜ ଠିକ ଭାବେ ଚଳାଚଳ କରିପାରୁନାହିଁ। ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ସହ ଆମଦାନି କରୁଥିବା ଦେଶଗୁଡ଼ିକୁ ଏହି ଜଳପଥ ଯୋଡ଼ିଥାଏ। ତାହା ଉପରେ ଇରାନ ଓ ଆମେରିକା ଆକ୍ରମଣ କରିବା ଯୋଜନାରେ ରହୁଥିବାରୁ କୌଣସି ସିପିଂ କମ୍ପାନି ସେହି ବାଟ ଦେଇ ନିଜ ଜାହାଜ ପଠାଇବାକୁ ଚାହୁନାହାନ୍ତି। ସେଭଳି ପରିସ୍ଥିତିରେ ତୈଳ ଓ ଗ୍ୟାସ୍ ଯୋଗାଣ ପ୍ରଭାବିତ ହୋଇ ତାହାର ଦର ବୃଦ୍ଧି ପାଉଛି।
ଭାରତ ପାଇଁ ଚିନ୍ତା
ଚଳିତ ବର୍ଷ ଫେବ୍ରୁଆରିରେ ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତୈଳ ଦରରେ ହଠାତ୍ ବୃଦ୍ଧି ଦେଖାଦେଇଥିଲା। ଏପ୍ରିଲ୍ ବେଳକୁ ତେଲର ବ୍ୟାରେଲ ପିଛା ଦାମ୍ ୧୨୬ ଡଲାରକୁ ବୃଦ୍ଧି ପାଇଥିଲା ଓ ସେହି ସ୍ତରରେ ତାହା ଦୀର୍ଘଦିନ ପର୍ଯ୍ୟନ୍ତ ରହିଥିଲା। ତାହାର ପ୍ରଭାବରେ ଭାରତରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ ଲିଟରକୁ ୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ନିକଟରେ ଆମେରିକା ଓ ଇରାନ ମଧ୍ୟରେ ଅନ୍ତରୀଣ ଚୁକ୍ତି ହେବା ପରେ ଅଶୋଧିତ ତେଲ ଦର ହ୍ରାସ ପାଇ ବ୍ୟାରେଲକୁ ୭୨ ଡଲାର ହୋଇଯାଇଥିଲା। ମାତ୍ର ପୁଣି ଉତ୍ତେଜନା ବଢ଼ିବା ପରେ ତେଲ ଦର ବଢ଼ୁଥିବାରୁ ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଦେଶ ଭାରତ ପାଇଁ ଚିନ୍ତା ବଢ଼ିଯାଇଛି।
UP Cabinet Decision: ୟୁପି କ୍ୟାବିନେଟର ବଡ଼ ନିଷ୍ପତ୍ତି: ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦେବେ ଯୋଗୀ ସରକାର

1 week ago
7


