Croatia VS Portugal: ରୋନାଲ୍‌ଡୋଙ୍କ ରେକର୍ଡ: କ୍ରୋଏସିଆକୁ ହରାଇ ପ୍ରିକ୍ବାର୍ଟରରେ ପର୍ତ୍ତୁଗାଲ ମାଡ୍ରିକ୍‌ଙ୍କ ଦୁଃଖଦ ବିଦାୟ

1 month ago 13
ARTICLE AD BOX

ଟରୋଣ୍ଟୋ: ନାଟକୀୟ ଭା‌ବେ ଇନ୍‌ଜୁରୀ ସମୟରେ ବଦଳ ଖେଳାଳି ଗୋନ୍‌କାଲୋ ରାମୋସଙ୍କ ହେଡର୍‌ ବଳରେ ଶୁକ୍ରବାର ପର୍ତ୍ତୁଗାଲ୍‌ ୨-୧ ଗୋଲ୍‌ରେ କ୍ରୋଏସିଆକୁ ପରାସ୍ତ କରିଛି। ଏହି ବିଜୟ ସହ ପର୍ତ୍ତୁଗାଲ ପ୍ରିକ୍ବାର୍ଟରଫାଇନାଲ୍‌‌ରେ ପହଞ୍ଚାିଯାଇଛି। ସୋମବାର କ୍ବାର୍ଟରଫାଇନାଲ୍‌ ସ୍ଥାନ ପାଇଁ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ଦଳ ପଡ଼ୋଶୀ ସ୍ପେନ୍‌କୁ ଭେଟିବ।

ଶୁକ୍ରବାର ଟରୋଣ୍ଟୋ ଷ୍ଟାଡିୟମ୍‌ରେ‌ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟର ଶେଷ ହୋଇଥିଲା। ହେଲେ ୫୩ତମ ମିନିଟ୍‌ରେ ଜୋସିପ୍‌ ଷ୍ଟାନିସିକ୍‌ଙ୍କ ଏକ ସୁନ୍ଦର ପାସ୍‌କୁ ଭେଟେରାନ ୱିଙ୍ଗର ଇଭାନ ପେରିସିକ୍‌ ଗୋଲ୍‌ରେ ପରିଣତ କରି କ୍ରୋଏସିଆକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ୬୮ତମ ମିନିଟ୍‌ରେ ପର୍ତ୍ତୁଗାଲ୍‌କୁ ମିଳିଥିବା ପେନାଲ୍‌ଟିକୁ ରୋନାଲ୍‌ଡୋ ଗୋଲ୍‌ରେ ପରିଣତ କରି ସ୍ଥିତି ୧-୧ କରି ଦେଇଥିଲେ। ଏହି ଗୋଲ୍‌ ସହ ୪୧ ବର୍ଷୀୟ ରୋନାଲ୍‌ଡୋ ଫିଫା ବିଶ୍ବକପ୍‌ ଇତିହାସରେ ନକ୍‌ଆଉଟ୍‌ରେ ଗୋଲ୍‌ ଦେବାରେ ସବୁଠୁ ବୟସ୍କ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ସେ ୪୧ ବର୍ଷ ୧୪୭ ଦିନ ବୟସରେ ଏହି ଗୋଲ୍‌ କରିଥିଲେ। ତାଙ୍କ ପୂର୍ବରୁ ଏହି ରେକର୍ଡ ବୋସନିଆ ଓ ହର୍ଜେଗୋଭିନା ଅଧିକ ଏଡିନ୍‌ ଜେକୋ (୪୦ ବର୍ଷ ୧୦୬ ଦିନ ବନାମ ଆମେରିକା)ଙ୍କ ନାମରେ ଥିଲା। ଏହା ମଧ୍ୟ ରୋନାଲ୍‌ଡୋଙ୍କ ବିଶ୍ବକପ୍‌ ନକ୍‌ଆଉଟ୍‌ରେ ପ୍ରଥମ ଗୋଲ୍‌ ହୋଇଥିଲା।

ଗୋଲ୍‌ଟିକୁ ଅମ୍ପାୟାର ନାକଚ କରି ଦେଇଥିଲେ

ତେବେ ୮୨ତମ ମିନିଟ୍‌ରେ ରୋନାଲ୍‌ଡୋଙ୍କୁ ବାହାରକୁ ଆଣି ବଦଳ ଖେଳାଳି ଭର୍ତ୍ତି କରି ପର୍ତ୍ତୁଗାଲ ପ୍ରବନ୍ଧକ ରୋବର୍ତୋ ମାର୍ଟିନେଜ୍‌ ନୂଆ ଚାଲ୍‌ ଖେଳିଥିଲେ। ଏହାର ଫାଇଦା ଦଳକୁ ୯୪ତମ ମିନିଟ୍‌ରେ ମିଳିଥିଲା। ରାଫେଲ ଲିଓଙ୍କ ସୁନ୍ଦର କ୍ରସ୍‌ ବକ୍ସକୁ ଆସୁଥିଲା ବେଳେ ରାମୋସ୍‌ ହେଡ୍‌ର୍‌ରେ କ୍ରୋଏସିଆ ଗୋଲି ଡୋମିନିକ୍‌ ଲିଭାକୋଭିକ୍‌ଙ୍କୁ ପରାସ୍ତ କରି ଗୋଲ୍‌ ଦେଇଥିଲେ। ଇନ୍‌ଜୁରି ସମୟରେ ୨-୧‌ରେ ପଛୁଆ ଥିବା କ୍ରୋଏସିଆ ମ୍ୟାଚ୍‌ର ଶେଷ ହ୍ବିସିଲ୍‌ ବାଜିବା ପୂର୍ବରୁ ପର୍ତ୍ତୁଗାଲ୍‌ ଗୋଲ୍‌ ପୋଷ୍ଟ୍‌କୁ ବଲ୍‌ ପଠାଇ ମ୍ୟାଚ୍‌କୁ ଅତିରିକ୍ତ ସମୟକୁ ନେବାକୁ ଯାଉଥିଲା। ହେଲେ ମାରିଓ ପାସିଲିକ୍‌ ମାରିଥିବା ଏହି ସଟ୍‌ଟି ଭାର୍‌ରେ ଅଫ୍‌ସାଇଡ୍‌ ଥିବା ଜଣାପଡ଼ିବାରୁ ଗୋଲ୍‌ଟିକୁ ଅମ୍ପାୟାର ନାକଚ କରି ଦେଇଥିଲେ। ଏହାକୁ ନେଇ କ୍ରୋଏସିଆ ପ୍ରଶଂସକ କ୍ଷୁବ୍ଧ ହେବା ସହ ପଡ଼ିଆ ଭିତରକୁ ବୋତଲ ଫିଙ୍ଗିଥିଲେ।

11 international competitions in India: କଳିଙ୍ଗରେ କଣ୍ଟିନେଣ୍ଟାଲ୍‌ ଟୁର୍‌କୁ ନେଇ ଉତ୍ସାହ: ୬ ମାସରେ ଭାରତରେ ୧୧ ଅନ୍ତର୍ଜାତୀୟ ପ୍ରତିଯୋଗିତା

ବିବାଦରେ ଶେଷ ହୋଇଥିବା ଏହି ମ୍ୟାଚ୍‌ ପରେ ଲୁକା ମାଡ୍ରିକ୍‌ଙ୍କ ଅନ୍ତର୍ଜାତୀୟ ଜୀବନର ହୃଦୟ ବିଦାରକ ଅବସାନ ଘଟିଥିଲା। ୫ ବିଶ୍ବକପ୍‌ ଖେଳିଥିବା ୪୦ ବର୍ଷୀୟ ଏହି କ୍ରୋଏସିଆ ମହାନ୍‌ ଫୁଟ୍‌ବଲର୍‌ଙ୍କ ନେତୃତ୍ବରେ ଦଳ ୨୦୧୮ରେ ଉପବିଜେତା ଏବଂ ୨୦୨୨ରେ ତୃତୀୟ ସ୍ଥାନ ଅଧିକାର କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.