Crime Branch: ତଦନ୍ତ କମିସନ ଫାଇଲ୍‌ର ଗୁମର ଖୋଜିବ କ୍ରାଇମବ୍ରାଞ୍ଚ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

1 week ago 3
ARTICLE AD BOX

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ଅନ୍ୟମାନଙ୍କ ହତ୍ୟାକାଣ୍ଡ ଘଟଣାରେ ଜଷ୍ଟିସ୍ ନାଇଡ଼ୁ କମିସନ ଦେଇଥିବା ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ହଜିବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଜଷ୍ଟିସ୍ ନାଇଡ଼ୁ କମିସନଙ୍କ ତଦନ୍ତ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟ ହଜିବା ଘଟଣାର ତଦନ୍ତ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) କରୁଥିବା ବେଳେ ହଠାତ୍ କାହିଁକି ଏଥିରୁ ଗୋଟିଏ ଫାଇଲ୍‌ ହଜିବା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଗଲା ସେନେଇ ଚର୍ଚ୍ଚା ଜୋର୍‌ ଧରିଛି। 

NDA: ଆଜି ଏନ୍‌ଡିଏ ସଂସଦୀୟ ଦଳ ବୈଠକ, ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାଗ ନେବେ ବିଜେପି ଯୁବ ନେତା

ଅପରପକ୍ଷେ ଏହି ବହୁଚର୍ଚ୍ଚିତ ଘଟଣାରେ ଏସ୍‌ଆଇଟି ବର୍ତ୍ତମାନ ସୁଦ୍ଧା ୭ଜଣଙ୍କୁ ନୋଟିସ୍ କରିଥିବାବେଳେ ୪ଜଣଙ୍କୁ ଜେରା କରିଛି। ହେଲେ ସେମାନଙ୍କର ଏହି ଫାଇଲ୍‌ ସହ କୌଣସି ସମ୍ପର୍କ ନଥିବା ଜାଣିବାକୁ ପାଇଛି। ତେଣୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ମୁଖ୍ୟ ସଚିବ ଉପେନ୍ଦ୍ର ନାଥ ବେହେରା, ପ୍ରମୁଖ ସଚିବ  ରାଜେଶ ବର୍ମା, ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ନୋଟିସ୍ କରିଥିଲେ ହେଁ ସେମାନେ କେହି ଏସ୍‌ଆଇଟି ଆଗରେ ହାଜର ହୋଇନାହାନ୍ତି। 
ଶ୍ରୀ ପାଣ୍ଡିଆନ ବିଦେଶରେ ଥିବା ନେଇ ତଦନ୍ତକାରୀ ଦଳକୁ ଜଣାଇଥିବାବେଳେ ଶ୍ରୀ ବେହେରା ଓ ଶ୍ରୀ ବର୍ମା ଥାନାରେ ହାଜର ହୋଇପାରିବେନି ବୋଲି ଜଣାଇଛନ୍ତି। ଏହି ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ପୁଲିସ ମାମଲାର ଦଫା ଅନୁସାରେ କେବଳ ନୋଟିସ୍ କରିଛି। କିନ୍ତୁ ସେମାନେ ୬୦ବର୍ଷରୁ ଅଧିକ ବୟସର ହୋଇଥିବାରୁ ସେମାନଙ୍କୁ ବିଏନ୍‌ଏସ୍‌ର ୧୭୯/୯୪ ଦଫାରେ ନୋଟିସ୍ କରିବାକୁ ପଡ଼ିବ। ଯେଉଁଥିରେ ସେମାନେ ଥାନାକୁ ଯଦି ନ ଆସନ୍ତି ତେବେ ତାଙ୍କ ଘରକୁ ପୁଲିସ ଯିବ କିମ୍ବା ତାଙ୍କ ସୁବିଧା ଅନୁଯାୟୀ କୌଣସି ସ୍ଥାନରେ ପୁଲିସ ପଚରାଉଚରା କରିବ ଏବଂ ଡକୁମେଣ୍ଟ ସଂଗ୍ରହ କରିବ ତାହା ଜଣାଇବେ। ଏସ୍‌ଆଇଟି ଏହ‌ି ଦଫାରେ ନୋଟିସ୍ କରି ନଥିବାରୁ ଶ୍ରୀ ବର୍ମା ଏବଂ ଶ୍ରୀ ବେହେରା ଏହାକୁ ଆଳ କରି ଥାନାରେ ହାଜର ହୋଇନାହାନ୍ତି। ଏସ୍‌ଆଇଟିର ବି କ୍ଷମତା ପରିସର ବାହାରେ ଏହା ଥିବାରୁ ସେମାନେ ଏନେଇ ଗୃହ ବିଭାଗକୁ ଜଣାଇଥିଲେ।

କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ସାଧାରଣ ପ୍ରଶାସନ ବିଭାଗ ରେକର୍ଡରେ ଦସ୍ତଖତ କାହାର?
ସିଏମ୍‌ଓରେ ଫାଇଲ୍‌ ଗ୍ରହଣ ହୋଇଥିବା ରେକର୍ଡ ବି ମିଳୁନି
ଦଫା ଆଳ ଦେଖାଇ ହାଜର ହେଲେନି ରାଜେଶ, ଉପେନ୍ଦ୍ର

ଏସ୍‌ଆଇଟିରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ ଦୁଇଟି ଯାକ ଫାଇଲ୍‌ ସାଧାରଣ ପ୍ରଶାସନ ବିଭାଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିବା ରେକର୍ଡ ମିଳିଛି। ହେଲେ ସିଏମ୍‌ଓରେ ଏହି ଫାଇଲ୍ ଗ୍ରହଣ ହୋଇଛି କି ନାହିଁ ସେନେଇ କୌଣସି ରେକର୍ଡ ମିଳୁନି। ଏହାକୁ ଖୋଜିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଡାଏରିଷ୍ଟ ଏବଂ ରେକର୍ଡ ରଖୁଥିବା ଦୁଇ କର୍ମଚାରୀ ବିଜୟାନନ୍ଦ ମହାରଣା, କ୍ଷିତୀଶ ପଣ୍ଡାଙ୍କୁ ଜେରା କରାଯାଇଥିଲା। ସେମାନେ କହିଥିଲେ ଯେ ସେମାନେ କେବଳ ସାଧାରଣ ଫାଇଲ୍ ଗ୍ରହଣ କରନ୍ତି ଏବଂ ରେକର୍ଡ ରଖନ୍ତି। ଯେଉଁ ଫାଇଲ୍‌ କନଫିଡେନ୍ସିଆଲ ଥାଏ ବା ବନ୍ଦ ଲଫାଫାରେ ଆସେ ତାହାକୁ ସିଏମ୍‌ଓର ଯୁଗ୍ମ ସଚିବ ବା ଏହାଠାରୁ ଉଚ୍ଚ ପାହ୍ୟାର ଅଧିକାରୀ ଗ୍ରହଣ କରନ୍ତି। ସେମାନଙ୍କ ପାଖରେ ଏନେଇ ସ୍ବତନ୍ତ୍ର ରେକର୍ଡ ରୁହେ। ଏହାପରେ ଏସ୍‌ଆଇଟି ଖୋଜୁଥିଲା ସାଧାରଣ ପ୍ରଶାସନ ବିଭାଗରୁ ଯେତେବେଳେ ଫାଇଲ୍ ଯାଇଥିଲା ସେତେବେଳେ ଡେସପାଚ୍ ରେକର୍ଡରେ ଯେଉଁ ଅଧିକାରୀ ଦସ୍ତଖତ କରିଥିଲେ ସେ କିଏ? ଏହି ଦସ୍ତଖତ କାହାର ଜାଣିବାକୁ ଖୋଜା ଚାଲିଥିବାବେଳେ ୨୦୧୬ରୁ ୨୦୨୪, ଜୁନ୍ ମାସ ମଧ୍ୟରେ କେଉଁ ଅଧିକାରୀମାନେ ଯୁଗ୍ମ ସଚିବ ବା ଉଚ୍ଚ ପାହ୍ୟାରେ କାମ କରୁଥିଲେ ସେମାନଙ୍କ ତାଲିକା ସଂଗ୍ରହ ହୋଇଥିଲା। ଏଥିରୁ ଅଧିକାଂଶ ଅବସର ନେଇସାରିଥିବାବେଳେ କିଛି ଅଧିକାରୀ ଅନ୍ୟ ବିଭାଗରେ କାମ କରୁଛନ୍ତି।

Horoscope 2026 July 28: ଜାଣନ୍ତୁ ଆଜିର ରାଶିଫଳ...

ତେଣୁ ସମସ୍ତଙ୍କୁ ଜେରା କରିବାରେ ବହୁ ପ୍ରତିବନ୍ଧକ ଥିବାରୁ ଏସ୍‌ଆଇଟି ନବୀନଙ୍କ ଓଏସ୍‌ଡିଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ନୋଟିସ୍ କରିଥିଲା। ସେମାନେ ନିଜେ ଯଦିଓ ଫାଇଲ୍ ଗ୍ରହଣ କରିନଥିଲେ, ତାଙ୍କ ବ୍ୟକ୍ତିଗତ ସଚିବ କି ତାଙ୍କ ଅଧୀନସ୍ଥ କୌଣସି ଅଧିକାରୀ ଫାଇଲ୍ ଗ୍ରହଣ କରିଥିବେ। ତେଣୁ ସେମାନେ ଦସ୍ତଖତ କାହାର ଚିହ୍ନଟ କରିଥିଲେ ସେହି ଅନୁଯାୟୀ ତଦନ୍ତ ହୋଇଥାନ୍ତା। ଅର୍ଥାତ୍ ସେହି ଅଧିକାରୀ କାହା ପାଖରେ ଫାଇଲ୍ ପୁଟ୍‌ ଅପ୍ କରିଥିଲେ କି କରିନଥିଲେ, କେଉଁଠି ଫାଇଲ୍‌ ରଖିଥିଲେ କହିଥିଲେ ତଦନ୍ତ ଆଗେଇଥାନ୍ତା। ଏହି ଆ‌ଧାରରେ ଉପରୋକ୍ତ ୪ ବରିଷ୍ଠ ଅଧିକାରୀଙ୍କୁ ହାଜର ହେବାକୁ ନୋଟିସ୍ ହୋଇଥିଲା। କିନ୍ତୁ କେବଳ ମନୋଜ ମିଶ୍ର ହାଜର ହୋଇଥିବାବେଳେ ଅନ୍ୟ କେହି ଆସିନାହାନ୍ତି। ମନୋଜ ମିଶ୍ର ବି ତଦନ୍ତକାରୀ ଟିମ୍ ଆଗରେ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଥିଲେ ହେଁ ତାଙ୍କର ତୃତୀୟ ମହଲାରେ କୌଣସି କାର୍ଯ୍ୟାଳୟ ନଥିଲା। ସେ ବାଣିଜ୍ୟ ଓ ପରିବହନ ବିଭାଗରେ ବସୁଥି‌େଲ। ସେ ଫାଇଲ୍ ସମ୍ପର୍କରେ କିଛି ଜାଣିନାହାନ୍ତି କି ଦସ୍ତଖତ କାହାର ଜାଣିନାହାନ୍ତି। ଏହାସହ ସେତେବେଳେ ସିଏମ୍‌ଓରେ କାର୍ଯ୍ୟ କରୁଥିବା ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ପି.କେ ମିଶ୍ରଙ୍କୁ ପଚରାଉଚରା କରାଯାଇଥିବାବେଳେ ସେ ଅସୁସ୍ଥତା ଯୋଗୁ କିଛି ମନେ ନଥିବା କହିଛନ୍ତି।
ଏବେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଏସ୍‌ଆଇଟି ଏବେ ସମସ୍ତ ରେକର୍ଡ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ‌ହସ୍ତାନ୍ତର କରିବ। କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ତଦନ୍ତ ଧାରାରେ ଯିବ ନା ଦଫାରେ ସଂଶୋଧନ କରି କ’ଣ ପଦକ୍ଷେପ ନେବ ତାହା ଖୁବ୍‌ଶୀଘ୍ର ଜଣାପଡ଼ିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.