ARTICLE AD BOX
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ରେ ଇତିହାସ ରଚିଛନ୍ତି ଆଇଜଲ୍ ଅଫ୍ ମେନ୍ର ୫୧ ବର୍ଷୀୟା ଜୋହାନେ ହିକ୍ସ। ଗ୍ରିସ୍ ବିପକ୍ଷ ଏକ ମହିଳା ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଏହି ଅଫ୍ସ୍ପିନର ୫ ୱିକେଟ୍ ନେଇ ୯୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ୧୯୩୨ ପରେ ବୟୋଜ୍ୟେଷ୍ଠ ଖେଳାଳି ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୫ ୱିକେଟ୍ ସଫଳତା ଅର୍ଜନ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ବର୍ଟ ଆଇରନ୍ମୋଞ୍ଜରଙ୍କ ନାମରେ ଥିଲା। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ରେ ୪୯ ବର୍ଷ ୩୧୪ ଦିନ ବୟସରେ ୫ ୱିକେଟ୍ ନେଇଥିଲେ। କିନ୍ତୁ ହିକ୍ସ ୫୧ ବର୍ଷ ୧୭୧ ଦିନ ବୟସରେ ଏହି ସଫଳତା ପାଇ ୫୦ରୁ ଅଧିକ ବୟସର ଖେଳାଳି ଭାବେ ଗୋଟିଏ ମ୍ୟାଚ୍ରେ ୫ ୱିକେଟ୍ ନେବାରେ ପ୍ରଥମ ଖେଳାଳି ହୋଇଛନ୍ତି।
ପୂର୍ବରୁ ବର୍ଟ ଆଇରନ୍ମୋଞ୍ଜରଙ୍କ ନାମରେ ଥିଲା ଏହି ରେକର୍ଡ
୪୭ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ହିକ୍ସଙ୍କ ଏହା ଟ୍ବେଣ୍ଟି-୨୦ରେ ତୃତୀୟ ୫ୱିକେଟ୍ ସଫଳତା ଏବଂ ୫୦ ବର୍ଷ ବୟସ ପୂରଣ ପରେ ପ୍ରଥମ। ସେ ୨୯ ଟ୍ବେଣ୍ଟି-୨୦ ଖେଳି ୪.୧୨ ଇକୋନୋମିରେ ୩୬ ୱକେଟ୍ ଅକ୍ତିଆର କରିଛନ୍ତି। ତାଙ୍କର ପୂର୍ବ ଦୁଇ ୫ ୱିକେଟ୍ ସଫଳତା ଅନ୍ତର୍ଜାତୀୟ ମହିଳା କ୍ରିକେଟ୍ରେ ରେକର୍ଡ ହୋଇଥିଲା। କିନ୍ତୁ ତାଙ୍କର ଏହି ତୃତୀୟ ପାଞ୍ଚ ୱିକେଟ୍ ସଫଳତା ଉଭୟ ପୁରୁଷ ଓ ମହିଳାରେ ବୟୋଜ୍ୟେଷ୍ଠରେ ରେକର୍ଡ କରିଛି। ତାଙ୍କର ଚମତ୍କାର ବୋଲି ଯୋଗୁଁ ଗ୍ରିସ୍ ୧୫ ଓଭରରେ ମାତ୍ର ୫୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ସେ ୪ ଓଭର ବୋଲିଂ କରି ୧୦ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଆଇଜଲ୍ ଅଫ୍ ମ୍ୟାନ୍ ୬ ଓଭରରେ ମ୍ୟାଚ୍ ଜିତି ନେଇଥିଲା।
Women's Asia Cup: ମହିଳା ଏସିଆ କପ୍: ଭାରତ-ଥାଇଲାଣ୍ଡ ମୁକାବିଲା ଆଜି

2 weeks ago
6


