Cricket: ବର୍ଷା ଧୋଇନେଲା ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ

2 days ago 3
ARTICLE AD BOX

ହାମିଲଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମଙ୍ଗଳବାର ସ୍ଥାନୀୟ ସେଡାନ ପାର୍କରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଛି। ଲଗାଣ ବର୍ଷା ଯୋଗୁଁ ଗୋଟିଏ ହେଲେ ବଲ୍‌ ପଡ଼ିବା ସମ୍ଭବ ହୋଇ ନଥିଲା। ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ଖେଳ ୪୦ ଓଭରିଆ ସହ ଭାରତୀୟ ସମୟ ପୂର୍ବାହ୍ନ ୯.୩୦ରେ ଆରମ୍ଭ ହେବା ନିଶ୍ଚିତ ହୋଇଥିଲା। ୯ଟାରେ ଟସ୍‌ ପଡ଼ିଥିଲା ବେଳେ ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ ଲଗାତାର ତୃତୀୟ ଥର ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। 

ଉପଅଧିନାୟକ ରହିବେ ଈଶାନ କିଶନ 
ଉଭୟ ଦଳ ବି ପୂର୍ବ ମ୍ୟାଚ୍‌ ଏକାଦଶରେ କୌଣସି ପରିବର୍ତ୍ତନ ନ କରି ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଥିଲେ। ହେଲେ ଖେଳ ଆରମ୍ଭ ହେବା ଲାଗି ପଡ଼ିଆରୁ ପାଲ ଠିକ୍‌ କାଢ଼ିଲା ବେଳକୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ୨୦ ଓଭର ବିଶିଷ୍ଟ ମ୍ୟାଚ୍ ଖେଳିବା ପାଇଁ ନିର୍ଦ୍ଧାରିତ ସମୟସୀମା ରାତି ୭ଟା ୫୦ (ସ୍ଥାନୀୟ ସମୟ) ଥିଲା। ହେଲେ ବର୍ଷା ଜାରି ରହିବା ସହ ପଡ଼ିଆକୁ ଖେଳ ଅନୁକୂଳ କରିବା ଲାଗି ଅଧିକ ସମୟ ଲାଗିବାକୁ ନଜରରେ ରଖି ଦୁଇ ଅମ୍ପାୟାର ଏହାର ୭୦ ମିନିଟ୍‌ ପୂର୍ବରୁ ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।

ତୃତୀୟ ଥର ଲାଗି ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି ଭାରତ

ତୃତୀୟ ମୁକାବିଲା ବାତିଲ ହେବା ପରେ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୦ର ଅଗ୍ରଣୀ ବଜାୟ ରଖିଛି। ଚତୁର୍ଥ ଦିନିକିଆ ଶୁକ୍ରବାର ମାଉଣ୍ଟ ମୌଙ୍ଗନୁଇରେ ଖେଳାଯିବ। ଏହାପରେ ଏଠାରେ ପଞ୍ଚମ ତଥା ଶେଷ ମ୍ୟାଚ୍‌ ୧୫ ତାରିଖରେ ଖେଳାଯିବ। ଏହି ଦୁଇ ଦିନିକିଆରେ ଶ୍ରେୟସ ଆୟର ଦଳର ନେତୃତ୍ବ ଭାର ସମ୍ଭାଳିବେ। ଈଶାନ କିଶନ ଉପଅଧିନାୟକ ରହିବେ। ଟେଷ୍ଟ୍‌ ଲାଗି ପ୍ରସ୍ତୁତ ହେବାକୁ ଗିଲ୍‌ଙ୍କ ସମେତ କେଏଲ୍‌ ରାହୁଲ, ଅଂଶୁଲ କମ୍ବୋଜ ଦିନିକିଆ ଶିବିର ଛାଡ଼ିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.