Cricket: ପରିବାର ସହ ବେଶୀ ସମୟ କାଟୁଛନ୍ତି ସୂର୍ଯ୍ୟକୁମାର ଯାଦବ

59 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଆଇପିଏଲ୍‌ ପରେ ଭାରତୀୟ ଦଳରେ ସ୍ଥାନ ପାଉ ନଥିବା ଟ୍ବେଣ୍ଟି-୨୦ ବିଶ୍ବ ବିଜେତା ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ପରିବାର ସହ ବେଶୀ ସମୟ କାଟୁଛନ୍ତି। ଚଳିତ ମେ’ ୭ ତାରିଖରେ ପ୍ରଥମ ଥର ପିତା ହୋଇଥିବା ସୂର୍ଯ୍ୟକୁମାର କ୍ର୍ରିକେଟ୍‌ ଅପେକ୍ଷା ଘରେ ଝିଅ ରିଦ୍ଧିମା ଓ ପତ୍ନୀ ଦେବୀଶା ସେଟ୍ଟୀଙ୍କ ସହ ଖୁସିର ମୁହୂର୍ତ୍ତ ବାଣ୍ଟିବାରେ ବ୍ୟସ୍ତ ରହୁଛନ୍ତି। 

କେତେବେଳେ ଝିଅ କାନ୍ଦୁଥିଲା ବେଳେ ବାହୁରେ ଧରି ବୁଝାଉଛନ୍ତି ତ କେତେବେଳେ ପାନିଆରେ ଝିଅର ଚୁଟି କୁଣ୍ଡାଇ ଦେଉଛନ୍ତି। ଏହା ବାଦ୍‌ ବେବି ୱାକର୍‌ରେ ଝିଅକୁ ବାହାରକୁ ବୁଲାଇବାକୁ ନେଉଛନ୍ତି। ଏହି ସବୁ ହୃଦୟସ୍ପର୍ଶୀ ମୁହୂର୍ତ୍ତର ଫଟୋ ସ୍କାଏ ସାମଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଯାହାକୁ ପ୍ରଶଂସକମାନେ ଲାଇକ୍‌ କରିଛନ୍ତି। ଜୁଲାଇରେ ସୂର୍ଯ୍ୟକୁମାର ଓ ଦେବିଶା ବିବାହର ୧୦ ବର୍ଷ ପୂର୍ତ୍ତି ୨ମାସର ଝିଅ ସହ ପାଳନ କରିଥିଲେ।

Suryakumar: ମିଳିଛି ସଙ୍କେତ ସୂର୍ଯ୍ୟକୁମାର ଯାଦବଙ୍କ ଯୁଗ ହେବ ଶେଷ

Read Entire Article
LEFT SIDEBAR AD

Hidden in mobile, Best for skyscrapers.