ARTICLE AD BOX
ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ ବ୍ୟାଟରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଏହି ତାଲିକାର ପ୍ରଥମ ୪ ବ୍ୟାଟର୍ଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଅଛନ୍ତି। ଦ୍ବିତୀୟ ଥିବା ଭାରତୀୟ ଅଧିନାୟକ ଶୁବମନ ଗିଲ୍ (୮୦୧ ପଏଣ୍ଟ୍) ଶୀର୍ଷର ନିକଟବର୍ତ୍ତୀ ହୋଇଛନ୍ତି। ସେ ଶୀର୍ଷରେ ଥିବା ଡାରିଲ୍ ମିଚେଲ୍( ୮୦୨ ପଏଣ୍ଟ୍)ଙ୍କ ଠାରୁ ମାତ୍ର ଗୋଟିଏ ପଏଣ୍ଟ୍ ପଛରେ ରହିଛନ୍ତି।
ଇଂଲଣ୍ଡ ବିପକ୍ଷ ତିନିମ୍ୟାଚ୍ ଶୃଙ୍ଖଳାରେ ଗିଲ୍ ମୋଟ ୧୮୮ ରନ୍ କରିଥିଲେ। ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ବିରାଟ କୋହଲି ଓ ରୋହିତ ଶର୍ମା ଅଛନ୍ତି। କୋହଲି ୭୬୭ ପଏଣ୍ଟ ଓ ରୋହିତ ୭୫୮ ପଏଣ୍ଟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଏହି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ଇଂଲଣ୍ଡର ଜୋ ରୁଟ୍ଙ୍କ ମାନ୍ୟତାରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। ସେ ୪ଟି ସୋପାନ ଉପରକୁ ଉଠି ତାଲିକାର ଅଷ୍ଟମରେ ଅଛନ୍ତି। ଶୃଙ୍ଖଳାର ତିନି ମ୍ୟାଚ୍ରେ ସେ ମୋଟ ୨୪୯ ରନ୍ କରିଥିଲେ ଓ କୌଣସି ମ୍ୟାଚ୍ରେ ଆଉଟ୍ ହୋଇ ନଥିଲେ।

1 week ago
6


