Cows Rescued: ଗୋରୁ ଚୋରି ଅଭିଯୋଗରେ ଦୁଇ ଅଟକ: ୩ ଗାଈ ଉଦ୍ଧାର

4 days ago 6
ARTICLE AD BOX

ସୋର ନଦୀଗାଁ ଛକ ନିକଟରେ ଅଟୋରେ ୩ ଗାଈ ନେଇ ଯାଉଥିବା ବେଳେ ଗୋରୁ ଚୋରି ଅଭିଯୋଗରେ ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକ। ପୁଲିସ ୩ ଗାଈଙ୍କୁ ଉଦ୍ଧାର କରି ଅଟୋ ଜବତ କରିଛି।

 (sambad.in) Two Held While Allegedly Transporting 3 Stolen Cows in Auto-Rickshaw Photograph: (sambad.in)

ସୋର: ସୋର ଥାନା ନଦୀଗାଁ ଛକ ନିକଟରେ ଗୋରୁ ଚୋରି କରି ଏକ ଅଟୋରେ ନେଉଥିବା ବେଳେ ସ୍ଥାନୀୟ ଲୋକେ ଦୁଇଜଣଙ୍କୁ କାବୁ କରି ସୋର ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ଭୋର ସମୟରେ ଏକ ଅଟୋରେ ତିନୋଟି ଗାଈ ନେଇ ବେଲପୁର ଅଂଚଳର ଦୁଇଜଣ ଯୁବକ ନଦୀଗାଁ ଅଭିମୁଖେ ଆସୁଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ଗୋରୁ ଚୋରି ଅଭିଯୋଗରେ ଗାଡ଼ିକୁ ଅଟକ ରଖିବା ସହିତ ଯୁବକ ଦୁଇଜଣଙ୍କୁ କାବୁ କରି ସୋର ପୁଲିସକୁ ଖବର ଦେଇଥିଲେ।

ଅଟୋକୁ ଜବତ କରିଛି

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଗାଈଙ୍କୁ ଉଦ୍ଧାର କରି ସୋର ଗୋଶାଳାରେ ଛାଡିବା ସହିତ ଅଟୋକୁ ଜବତ କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Youth Stabbed: ଛୁରାମାଡ଼ରେ ଯୁବକ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତରିତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.