Covid infection in Andhra: ଆନ୍ଧ୍ରରେ କୋଭିଡ୍‌ ସଂକ୍ରମଣ, ଓଡ଼ିଶାକୁ ଭୟ ଘାରିଲା

2 weeks ago 8
ARTICLE AD BOX

ଭୁବନେଶ୍ବର: କିଛିବର୍ଷର ବ୍ୟବଧାନ ପରେ ପୁଣି ଘାରିଲା କୋଭିଡ୍‌ ଭୟ। ଆନ୍ଧ୍ରର କଡ଼ପା ଜିଲ୍ଲାରେ କୋଭିଡ୍‌ରେ ୨ଜଣଙ୍କ ମୃତ୍ୟୁ ଓ ୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ ଚିନ୍ତା ବଢ଼ିଛି। ବିଶେଷକରି ଆନ୍ଧ୍ର ସୀମାନ୍ତ ଜିଲ୍ଲାଗୁଡ଼ିକ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରୀକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ କିଟ୍‌ ମହଜୁଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ହେଲେ ଆଉ ଦିନ କେଇଟା ପରେ ଓଡ଼ିଶାରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବାରୁ କୋଭିଡ୍‌ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। 

Covid19: ଭାରତକୁ ପୁଣି ଫେରିଲା କୋଭିଡ୍‌-୧୯? ଆନ୍ଧ୍ରପ୍ରଦେଶରେ ୨ ମୃତ୍ୟୁ ପରେ ବଢ଼ିଲା ସତର୍କତା

ସୀମାନ୍ତ ଜିଲ୍ଲାଗୁଡ଼ିକୁ ହାଇ ଆଲର୍ଟ, ଲକ୍ଷଣ ଥିଲେ ପରୀକ୍ଷା କରନ୍ତୁ: ସ୍ବାସ୍ଥ୍ୟ ବିଭାଗ
ଆବଶ୍ୟକ ପଡ଼ିଲେ ନେବାକୁ ପଡ଼ିପାରେ କୋଭିଡ୍‌ର ଡୋଜ୍‌: ବିଶେଷଜ୍ଞ

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି, କୋଭିଡ୍‌କୁ ନେଇ ସର୍ବଦା ସତର୍କତା ଚାଲୁ ରହିଛି। ରାଜ୍ୟରେ ବର୍ତ୍ତମାନ କେହି ବି ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। କୋଭିଡ୍‌ ନିୟମାବଳୀକୁ ପାଳନ କରିବା ଲାଗି ଓଡ଼ିଶାର ସୀମାନ୍ତ ଜିଲ୍ଲା ସହ ଅନ୍ୟ ସିଡିଏମ୍‌ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍‌ ଟେଷ୍ଟ କରାଯାଉଛି। ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଲୋକଙ୍କ ଯିବା ଆସିବା ଲାଗି ରହିଛି। ତେବେ ଯେଉଁମାନଙ୍କର କୋଭିଡ୍‌ ଲକ୍ଷଣ ରହିଛି ସେମାନେ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା କରାଇନେବା ଉଚିତ। ଓଡ଼ିଶାରେ ବର୍ତ୍ତମାନସୁଦ୍ଧା କେହି କରୋନା ପଜିଟିଭ୍‌ ଚିହ୍ନଟ ହୋଇ ନ ଥିବାରୁ ଜନସାଧାରଣ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। 

Covid Infection ଆମେରିକାର ୨୯ଟି ରାଜ୍ୟକୁ ବ୍ୟାପିଲା କୋଭିଡ୍-୧୯ର ସିକାଡା ଭାରିଆଣ୍ଟ: ଭାରତ ବିପଦରେ ଅଛି କି?

ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଛନ୍ତି, କେବଳ ଆନ୍ଧ୍ର ନୁହେଁ, ତାମିଲନାଡ଼ୁର କୋଏମ୍ବାଟୁରରେ ମଧ୍ୟ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଯଦିଓ ଏହା କିଛି ପକେଟ୍‌ରେ ହୋଇଛି ତଥାପି ଲୋକଙ୍କୁ ପୂର୍ବଭଳି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏସବୁ ସଂକ୍ରମଣ କୋଭିଡ୍‌ର ନୂଆ ପ୍ରଜାତି ପାଇଁ ହୋଇଛି କି ନାହିଁ ତାହା ଜାଣିବାକୁ ବେଶ୍‌ କିଛି ସମୟ ଲାଗିବ। ଇମର୍ଜିଂ ଭାଇରାଲ୍‌ ଇନ୍‌ଫେକ୍ସନ୍‌ କାରଣରୁ ମଝିରେ ମଝିରେ ଏଭଳି ସଂକ୍ରମଣ ଦେଖିବାକୁ ମିଳିବ।  ଏ ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ଲୋକଙ୍କୁ କୋଭିଡ୍‌ର ଆଉ ଏକ ଡୋଜ୍‌ ମଧ୍ୟ ନେବାକୁ ପଡ଼ିପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.