ARTICLE AD BOX
ଜଳେଶ୍ଵର: ଜଳେଶ୍ଵର ଥାନା ଲକ୍ଷ୍ମଣନାଥ ରୋଡ଼ ସ୍ଥିତ ଏକ ଗ୍ୟାରେଜ ନିକଟରୁ ୨୦୨୧ ମସିହାରେ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ)୧୫୩୦ ଗ୍ରାମ ବ୍ରାଉନସୁଗାର ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଗତକାଲି ଏହି ମାମଲାର ଚୂଡ଼ାନ୍ତ ରାୟ ଜଳେଶ୍ଵର ସ୍ପେଶାଲ କୋର୍ଟଙ୍କ ଦ୍ଵାରା ପ୍ରକାଶ ପାଇଛି। ମାନ୍ୟବର କୋର୍ଟ ତାଙ୍କ ରାୟରେ ମାମଲାର ଅଭିଯୁକ୍ତ କୁହାଯାଉଥିବା ଜଳେଶ୍ଵର ମ୍ୟୁନିସିପାଲିଟି ଅଧୀନସ୍ଥ ଝାଡେଶ୍ବରପୁର ଗାଁର ମୁନାଫ୍ ହୋସେନ(୩୩) କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।
୧୫୩୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ
ବିବରଣୀରୁ ପ୍ରକାଶ ଯେ ୨୦୨୧ ମସିହା ମାର୍ଚ୍ଚ ମାସ ୮ ତାରିଖରେ ଏକ ସୂଚନା ଆଧାରରେ ସ୍ପେଶାଲ ଟାସ୍କ ଫୋର୍ସର ଏକ ଟିମ ଜଳେଶ୍ଵର ଥାନା ଅଧୀନସ୍ଥ ଲକ୍ଷ୍ମଣନାଥ ରୋଡ଼ର ଏକ ଗ୍ୟାରେଜ ନିକଟରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ମୁନାଫ୍ ହୋସନ ଠାରୁ ପଲିଥିନ ପ୍ୟାକେଟରେ ଥିବା ୧୫୩୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା। ଏନେଇ ଏସଟିଏଫ ଇନ୍ସପେକ୍ଟର ସରିତା ବେଉରିଆଙ୍କ ଲିଖିତ ଅଭିଯୋଗ ଆଧାରରେ ଏସଟିଏଫ ମୁନାଫକୁ ଗିରଫ କରି କରି ୯/୨୦୨୧ ନମ୍ବରର ଏକ ମାମଲା ରୁଜୁ କରିଥିଲା।ଇନ୍ସପେକ୍ଟର ସୁନିତା ପ୍ରଧାନ ମାମଲାର ତଦନ୍ତଭାର ନେଇଥିଲେ। ସେହିଦିନ ଠାରୁ ମୁନାଫ୍ ଜେଲରେ ରହିଥିବା ବେଳେ ସ୍ପେଶାଲ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା। ମାମଲାରେ ମୋଟ୍ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ମାନ୍ୟବର ବିଚାରପତି ଅଜୟ କୁମାର ପ୍ରଧାନ ଏହି ମାମଲାର ଚୂଡ଼ାନ୍ତ ରାୟ ଗତକାଲି ପ୍ରକାଶ କରିଛନ୍ତି। ରାୟରେ ମୁନାଫଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏକ ଲକ୍ଷ ଟଙ୍କା ଜରିମାନା ଅନାଦେୟ ହେଲେ ଆଉ ଅଧିକ ବର୍ଷେ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୁହାଯାଇଛି। ସରକାରଙ୍କ ପକ୍ଷରୁ ଏପିପି ଦୀପ୍ତି ହାଁସଦା ଏହି ମାମଲା ପରିଚାଳନା କରୁଥିଲେ। ବ୍ରାଉନସୁଗାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଘଟଣା ଜଳେଶ୍ଵରର ନିଶା ମାଫିଆଙ୍କ ମଧ୍ୟରେ ଛନକା ପଶିଛି।
Double murder of minor: ନାବାଳକଙ୍କ ଡବଲ୍ ମର୍ଡର: ୨୪ ଘଣ୍ଟାରେ ବାପାପୁଅ ମୃତ, ବାଳସୁଧାର ଗୃହ ଗଲେ ୨ ଅଭିଯୁକ୍ତ

1 month ago
13


