ARTICLE AD BOX
ମୁମ୍ବାଇ : ଖୁବ୍ଶୀଘ୍ର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ ବରିଷ୍ଠ ନେତା ଶରଦ ପାୱାରଙ୍କ ଏନ୍ସିପି (ଏସ୍ପି) ଏବଂ କଂଗ୍ରେସ ଏବେ ଏକାଠି ହେବାପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ କୌଣସି ବି ଦଳ ଏନେଇ ଔପଚାରିକ ଭାବେ କିଛି ଘୋଷଣା କରିନାହାନ୍ତି। ଏନେଇ ଏକ ନିଷ୍କର୍ସରେ ପହଞ୍ଚିବାପାଇଁ ଆଲୋଚନା ଏବଂ ବିଚାରବିମର୍ଶ ଜାରି ରହିଥିବା ଜଣାପଡ଼ିଛି। ତେବେ ଏହା କେବଳ ମହାରାଷ୍ଟ୍ର ଶାଖାରେ ସୀମିତ ରହିଛି।
ଆହୁରି ପଢନ୍ତୁ:Heavy Rain: ଥାନେରେ ପ୍ରବଳ ବର୍ଷା, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଳିକାଙ୍କ ମୃତ୍ୟୁ
ରାଜ୍ୟ ସ୍ତରରେ ବୁଝାମଣା ଚୂଡ଼ାନ୍ତ ହେବାପରେ ଦିଲ୍ଲୀରେ ହାଇ କମାଣ୍ଡ ଏନେଇ ଖୋଲାଖୋଲି ଭାବେ ଘୋଷଣା କରିବେ ବୋଲି କୁହାଯାଉଛି। କିନ୍ତୁ କୌଣସି ଦଳ ଏହି ଘଟଣା ସଂକ୍ରାନ୍ତରେ ଖୋଲାଖୋଲି ଭାବେ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଶରଦ ପାୱାର ଏବଂ କଂଗ୍ରେସ ୨୭ ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି। ୧୯୯୯ରେ ପାୱାର ଅବିଭାଜିତ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଗଠନ କରିବାପରେ କଂଗ୍ରେସ ଦଳ ଛାଡ଼ି ଦେଇଥିଲେ। ଏବେ ଯଦି ଏହି ୨ ଦଳ ପୁଣି ଏକାଠି ହେବେ ତେବେ ସେମାନେ ୨୭ ବର୍ଷ ପରେ ଗୋଟିଏ ଦଳ ଅଧୀନରେ କାମ କରିବେ।
ଆହୁରି ପଢନ୍ତୁ:State Level Crop Insurance ୬୪ତମ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ
ଉଲ୍ଲେଖଯୋଗ୍ୟ ୨୦୨୩ରେ ଏନ୍ସିପି ଦୁଇ ଭାଗ ହୋଇଥିଲା ଏବଂ ଅଜିତ ପାୱାରଙ୍କ ଗୋଷ୍ଠୀକୁ ମୁଖ୍ୟ ଦଳର ମାନ୍ୟତା ମିଳିଥିଲା। ଅନ୍ୟପକ୍ଷେ ଶରଦ ପାୱାରଙ୍କ ଦଳର ନାଁ ରହିଥିଲା ଏନ୍ସିପି-ଏସ୍ପି। ତେବେ ଜାଣିବାକୁ ମିଳିଛି ଏନ୍ସିପି (ଏସ୍ପି) ଦଳର ଏକ ଗୋଷ୍ଠୀ କଂଗ୍ରେସ ସହ ମିଶ୍ରଣକୁ ସମର୍ଥନ କରୁଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ଏହି ମିଶ୍ରଣକୁ ବିରୋଧ କରିଛନ୍ତି ଏବଂ ଦଳର ସ୍ବାଧୀନ ପରିଚୟକୁ ସେମାନେ ସମର୍ଥନ କରିଛନ୍ତି।

1 month ago
12


