Congress: କଂଗ୍ରେସ ନେତା ଅଳକା ଲାମ୍ବାଙ୍କ ବାପାଙ୍କ ଘରେ ଚୋରି

2 weeks ago 7
ARTICLE AD BOX

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ବାପାଙ୍କ ଟାଗୋର ଗାର୍ଡେନ୍ ଘରେ ତିନି ଜଣ ମୁଖାପିନ୍ଧା ବ୍ୟକ୍ତି ପଶି ନଗଦ ଟଙ୍କା ଓ ଅଳଙ୍କାର ଚୋରି କରି ନେଇଥିବା ରବିବାର ପୁଲିସସୂଚନା ଦେଇଛି। ସୋସିଆଲ ମିଡିଆରେପ୍ରସାରିତ ଘଟଣାର ସିସିଟିଭି ଫୁଟେଜରେ ମୁଖାପିନ୍ଧା ବ୍ୟକ୍ତିମାନେ ଘରେ ପ୍ରବେଶ କରି ପରେ ଏକ ମୋଟରସାଇକେଲରେ ଫେରାର୍‌ ହୋଇ ଯାଉଥିବା ଦେଖାଯାଇଛି। ଘଟଣାଟି ରାଜୌରୀ ଗାର୍ଡେନ୍ ପୁଲିସ ଷ୍ଟେସନ ଅଧୀନରେ ଥିବା ଟାଗୋର ଗାର୍ଡେନର ସି-ବ୍ଲକରେ ଘଟିଛି। ପୁଲିସ କହିଛି ଯେ, ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଛି ଓ ସନ୍ଦିଗ୍ଧଙ୍କୁ ଖୋଜିବା ପାଇଁ ଘର ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

ଆହୁରି ପଢନ୍ତୁ :Paddy Registration Deadline ଧାନ ପଞ୍ଜୀକରଣ ଅବଧି ୨୦ ଦିନ ବୃଦ୍ଧି କରିବାକୁ ଦାବି କଲା ବିଜେଡି

ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ରବିବାର ଭୋର୍‌ ସମୟରେ ତିନି ଜଣ ମୁଖାପିନ୍ଧା ବ୍ୟକ୍ତି ତାଙ୍କ ବାପାଙ୍କ ଘରେ ପଶି ତାଙ୍କ ସଞ୍ଚୟ ଟଙ୍କା ଓ ଅଳଙ୍କାର ଚୋରି କରି ନେଇଥିଲେ। ସେ କହିଛନ୍ତି ଯେ, ତାଙ୍କ ୮୮ ବର୍ଷୀୟ ବାପା ସୁରକ୍ଷିତ ଅଛନ୍ତି। ସେ କହିଛନ୍ତି ଯେ, ଯଦି ପୁଲିସ ଚାହିଁବ ସିସିଟିଭି କ୍ୟାମେରାରୁ ଫୁଟେଜ୍ ଯାଞ୍ଚ କରି ଅପରାଧୀଙ୍କୁ ସହଜରେ ଠାବ କରିପାରିବ। ସେ ଦିଲ୍ଲୀଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନ କରିଛନ୍ତି। ପୁଲିସ କହିଛି, ମାମଲାର ତଦନ୍ତ କରାଯାଉଛି ଓ ଚୋରି ଟଙ୍କା ଓ ଅଳଙ୍କାରର ସଠିକ୍ ମୂଲ୍ୟ ସମେତ ଅଧିକ ବିବରଣୀ ଅପେକ୍ଷା କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.