Congress: କଂଗ୍ରେସ ଏମ୍‌ଏଲ୍‌ସିଙ୍କୁ ଦଳ ବଦଳ ପାଇଁ ୨୦ କୋଟି ଦିଆଯାଇଥିଲା ବୋଲି ସଞ୍ଜୟ ରାଉତଙ୍କ ଦାବି

4 weeks ago 10
ARTICLE AD BOX

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସର ବିଧାନ ପରିଷଦ ସଦସ୍ୟ (ଏମ୍‌ଏଲ୍‌ସି) ଧୀରଜ ଲିଙ୍ଗାଡେଙ୍କୁ ଦଳ ବଦଳ କରିବାକୁ ୨୦ କୋଟି ଟଙ୍କା ଯଚା ଯାଇଥିଲା ବୋଲି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ରବିବାର ଦାବି କରି ଚାଞ୍ଚଲ୍ୟ ସଷ୍ଟି କରିଛନ୍ତି। ମହାରାଷ୍ଟ୍ର ରାଜନୀତିରେ ଏବେ ବାରମ୍ବାର ଦଳବଦଳ ହେଉଥିବା ଦେଖିବାକୁ ମିଳିଥିବାବେଳେ ଶିବସେନାର ରାଜ୍ୟସଭା ସାଂସଦଙ୍କ ଏହି ଦାବି ପୁଣି ଥରେ ରାଜନୀତିକୁ ଉଷ୍ଣ କରିଥିଲା। ତେବେ ସଞ୍ଜୟଙ୍କ ଦାବିକୁ ଧୀରଜ ଲିଙ୍ଗାଡେ ଖଣ୍ଡନ କରିଛନ୍ତି। ତେବେ ରାଉତ ଏହାପରେ ଏ ସମ୍ପର୍କରେ ଅଧିକ କିଛି ତଥ୍ୟ ଦେଇନଥିଲେ।

କଂଗ୍ରେସ ଏମ୍‌ଏଲ୍‌ସିଙ୍କୁ କିଏ ଟଙ୍କା ଯାଚି ଥିଲା ଓ ଲିଙ୍ଗାଡେଙ୍କୁ କେଉଁ ଦଳରୁ ପ୍ରସ୍ତାବ ଆସିଥିଲା ସେ ସମ୍ପର୍କରେ ସଞ୍ଜୟ ରାଉତ ନିରବ ଅଛନ୍ତି। ରାଉତ ଦାବି କରିଥିଲେ ଯେ, ଆପଣମାନେ ଅନ୍ୟ ଦଳର କର୍ମୀ, ସାଂସଦ ଓ ବିଧାୟକଙ୍କୁ ନିଜ ଆଡ଼କୁ ଟାଣୁଛନ୍ତି। ଜଣେ ଲିଙ୍ଗାଡେଙ୍କୁ ୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା ବୋଲି ମୁଁ ଜାଣିବାକୁ ପାଇଛି। ସେ ଆହୁରି କହିଥିଲେ ଯେ, ଯେଉଁ ଲୋକମାନେ କେଉଁଠି ଅଟକିବେ ବୋଲି ଜାଣିପାରୁନାହାନ୍ତି,‌ ସେମାନଙ୍କ ଅନ୍ତ ଖୁବ୍‌ ଦୁଃଖଦ ହୋଇଥାଏ। ରାଉତ କହିଛନ୍ତି, ଏହା ସବୁ ରାଜନେତାଙ୍କଠାରେ ଲାଗୁ ହେବ। ସାଂସଦଙ୍କୁ ନିଜ ଆଡ଼କୁ ଟାଣିବାକୁ ନେଇ ରାଉତ କହିଛନ୍ତି, ଏହାକୁ ବନ୍ଦ କରିବାକୁ ହେବ। ତେବେ ଲିଙ୍ଗାଡେ ଏମିତି ପ୍ରସ୍ତାବ ମିଳିବାକୁ ଖଣ୍ଡନ କରିବା ସହିତ ସେ ସଞ୍ଜୟ ରାଉତଙ୍କ କଥାରେ ଚକିତ ଥିବା କହିଛନ୍ତି।

ଆହୁରି ପଢନ୍ତୁ: Heavy Rain: ବର୍ଷା ଭାଙ୍ଗିଦେଲା ମାଟିଘର, ପଡ଼ୋଶୀ ଦେଲେ ଆଶ୍ରୟ

ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ଓ ମନ୍ତ୍ରୀ ଗିରିଶ ମହାଜନ ମଧ୍ୟ ରାଉତଙ୍କ ଦାବିକୁ ଖାରଜ କରିଛନ୍ତି। ମହାଜନ କହିଛନ୍ତି ଯେ, ରାଉତ କାଳ୍ପନିକ ଚରିତ୍ର ବିଷୟରେ କଥାବାର୍ତ୍ତା କରୁଛନ୍ତି। ଶିବସେନା (ୟୁବିଟି) ଏହାର ସଂଗଠନକୁ ମଜବୁତ କରିବା ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ ରାଉତଙ୍କ ଉପରେ କଟାକ୍ଷ କରି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.