Congress Workers: ବିହାରରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ, ଅନେକ ଆହତ

1 week ago 6
ARTICLE AD BOX

ପାଟନା: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ପ୍ରତିବାଦ କରିଥିଲେ। ଏହାର ପ୍ରତିଫଳନ ଆଜି ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କଂଗ୍ରେସ ଓ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି। ବିଜେପି ଦେଶସାରା କଂଗ୍ରେସ କାର୍ଯ୍ୟାଳୟ ଘେରାଓ କରିଥିବାବେଳେ ବିହାରରେ ଏହା ଉଗ୍ର ରୂପଧାରଣ କରିଥିଲା। ବିହାର ରାଜଧାନୀ ପାଟନାରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବିଜେପି ପ୍ରତିବାଦ ସମୟରେ ପ୍ରବଳ ଗଣ୍ଡଗୋଳ ହୋଇଛି।

ଉଭୟ ଦଳର କର୍ମୀମାନେ ମୁହାଁମୁହିଁ ହେବା ସହିତ ପରସ୍ପରକୁ ଲାଠି, ଠେଙ୍ଗାରେ ଆକ୍ରମଣ କରିବା ସହିତ ପଥର ମାଡ଼ କରିଥିଲେ। ଦୁଇ ଦଳର ଅନେକ କର୍ମୀ ଏଥିରେ ଆହତ ହୋଇଛନ୍ତି। ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସେମାନେ ସଦାକତ ଆଶ୍ରମ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଲେ ସେଠାରେ ବିରୋଧୀ ଦଳର ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ ଓ ସେମାନଙ୍କ ହାତରେ ଲାଠି ରହିଥିଲା। ଏହାପରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଅପରାହ୍ଣ ୨ଟା ୩୦ ପରେ ସଦାକତ ଆଶ୍ରମ ବାହାର ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା।

ବିଦ୍ୟୁତ୍‌ ଦେୟ ପୈଠ କରୁନଥିଲେ, ବନ୍ଧୁକ ଧରି ଧମକାଉଥିଲେ, ଚଢ଼ାଉ କରି ପୁଲିସ ଛାନିଆ

ଅନ୍ୟପକ୍ଷରେ ପାଟନାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ତୀବ୍ର ପ୍ରତିବାଦ କରିଛନ୍ତି। ପୁଲିସ ଲାଠିଚାର୍ଜ କରି ଛାତ୍ରଛାତ୍ରୀଙ୍କୁ ଘଉଡ଼େଇବାକୁ ଚେ‌ଷ୍ଟା କରିଥିଲା। କିନ୍ତୁ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସଫଳ ହୋଇନଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.