Conclave: ଆଇସିସି ପକ୍ଷରୁ ଦ୍ୱିତୀୟ ନୀଳ ଅର୍ଥନୀତି ସମ୍ମିଳନୀ

4 weeks ago 13
ARTICLE AD BOX

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ(ଆଇସିସି) ପକ୍ଷରୁ ଦ୍ୱିତୀୟ ନୀଳ ଅର୍ଥନୀତି ସମ୍ମିଳନୀ ଆଜି ଏଠାରେ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଆଇସିସି ଓଡିଶା ଶିଳ୍ପ ଓ ଲଜିଷ୍ଟିକ୍ସ କମିଟି ପରାମର୍ଶଦାତା ଏବଂ ପ୍ରମୁଖ ଉପଦେଷ୍ଟା ସନ୍ତୋଷ ମହାପାତ୍ର କାର୍ଯ୍ୟକ୍ରମ ଉପରେ ବିସ୍ତୃତ ସୂଚନା ଦେଇଥିଲେ।

ସ୍ବତନ୍ତ୍ର ଅତିଥି ଭାବେ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଅବସରପ୍ରାପ୍ତ ବୈଜ୍ଞାନିକ ସିଡିଆର ଡ.ପି କେ ଶ୍ରୀବାସ୍ତବ କହିଥିଲେ ଓଡ଼ିଶା ପାଖରେ ନୀଳ ଅର୍ଥନୀତି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି। ସ୍ବତନ୍ତ୍ର ଅତିଥି ଭାବେ ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ସଚିବ ଏନବିଏସ୍ ରାଜପୁତ କହିଥିଲେ ଯେ ସମୁଦ୍ର ସହିତ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ଆଇସିସି ଅଧ୍ୟକ୍ଷ ରାଜୀବ ସାହୁ ସ୍ବାଗତ ଭାଷଣ ଦେଇ କହିଥିଲେ, ବର୍ତ୍ତମାନ ନୀଳ ଅର୍ଥନୀତି କୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ଆମେ ରାଜ୍ୟର ବିଶାଳ ଅର୍ଥନୈତିକ ସମ୍ଭାବନାକୁ ଉନ୍ମୁକ୍ତ କରିବାରେ ରାଜ୍ୟ ସରକାର ଏବଂ ସମସ୍ତ ଅଂଶୀଦାରଙ୍କ ସହିତ ସହଭାଗୀତା ସ୍ଥାପନ କରିବାକୁ ପ୍ରତିବଦ୍ଧ।

BikramMisri: ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ କାର୍ଯ୍ୟକାଳ ବଢ଼ିଲା

ଭୁବନେଶ୍ବର ସିଟି ନଲେଜ୍ ଇନୋଭେସନ କ୍ଲଷ୍ଟର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆର, ଆଇସିସି ଯୁଗ୍ମ ନିର୍ଦ୍ଦେଶକ ସୁଶାନ୍ତଜିତ୍ ଦେ ଯୋଗ ଦେଇଥିଲେ। ଆଇସିସି ଓଡିଶା ରାଜ୍ୟ ପରିଷଦ ଉପାଧ୍ୟକ୍ଷ ନୀଳାଞ୍ଜନା ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ଆଞ୍ଚଳିକ ନିର୍ଦ୍ଦେଶକ ଜେପି ପାଲ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଅଧିବେଶନରେ ଅତିଥିମାନେ ନୀଳ ଅର୍ଥନୀତି ଉପରେ ଆଲୋଚନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.