ARTICLE AD BOX
ନୂଆଦିଲ୍ଲୀ: ସରକାରଙ୍କ ସହ ସିଜେପିର ବୈଠକ। ଦିଲ୍ଲୀର ଭିପି ହାଉସରେ ଚାଲିଥିଲା ବୈଠକ । ସରକାରଙ୍କ ଆଗରେ ତିନି ବଡ଼ ଦାବି ରଖିଛି ସିଜେପି । ଏଥିରୁ ଗୋଟିଏ ଦାବି ହେଉଛି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦିଅନ୍ତୁ। ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଜିଦ୍ରେ ଅଟଳ ସିଜେପି । ବୈଠକରେ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂ ଥିଲେ ଉପସ୍ଥିତ। ସରକାରଙ୍କ ଆଗରେ ତିନି ବଡ଼ ଦାବି ରଖିଛି ସିଜେପି । ଗୋଟି ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ବୈଠକ ।
ଅଧିକ ପଢନ୍ତୁ: Sonam Wangchuk: ହଟିଲେ ସୋନମ, ସିଜେପି କେବେ ?
ସରକାରଙ୍କ ସହ ସିଜେପିର ବୈଠକ
ସିଜେପି ପକ୍ଷରୁ ସୌରଭ ଦାସ ଓ ଆଶୁତୋଷ ରାଙ୍କା ସରକାରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମ ଦାବି ହେଉଛି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦିଆଯାଉ । ଦ୍ୱିତୀୟ ଦାବି ଅନୁଯାୟୀ, ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାନସିକ ଆଘାତ ପାଇ ଆତ୍ମହତ୍ୟା କରିଥିବା ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ। ତୃତୀୟ ଦାବି ହେଉଛି, ଆନ୍ଦୋଳନରେ ସାମିଲ ହୋଇଥିବା ପ୍ରଦର୍ଶନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନକରାଯାଉ ଏବଂ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ସେଗୁଡ଼ିକୁ ପ୍ରତ୍ୟାହାର କରାଯାଉ।
ମିଳିଥିବା ଖବର ଅନୁସାରେ, ସିଜେପିର ଦ୍ୱିତୀୟ ଓ ତୃତୀୟ ଦାବିକୁ ନେଇ କେନ୍ଦ୍ର ସରକାର ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛନ୍ତି। ତେବେ ପ୍ରଥମ ଦାବି, ଅର୍ଥାତ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ସରକାର ଏପର୍ଯ୍ୟନ୍ତ ସହମତ ହୋଇନାହାନ୍ତି।

1 week ago
5


