ARTICLE AD BOX
କଟକ: ଜନ୍ମରୁ ମୂକବଧିର ଥିବା ଶିଶୁଙ୍କ କକ୍ଲିୟର ଇମ୍ପ୍ଲାଣ୍ଟ ଅସ୍ତ୍ରୋପଚାର ମାଧ୍ୟମରେ ପୁଣି ଥରେ ଶ୍ରବଣ ଶକ୍ତି ଓ କଥା କହିବାର ଶକ୍ତି ଫେରାଇ ଆଣିବା ସମ୍ଭବ। କିନ୍ତୁ ଏସସିବି ଇଏନ୍ଟି ବିଭାଗରେ ମାତ୍ର ଜଣେ ରୋଗୀଙ୍କ ଏହି ଅସ୍ତ୍ରୋପଚାର ହେବା ପରେ ଏହାକୁ ବନ୍ଦ କରିଦିଆଗଲା। କେନ୍ଦ୍ର ସରକାରଙ୍କ ଏଡିଆଇପି ଯୋଜନାରେ ଏହି ମେସିନ ଯୋଗାଇ ଦିଆଯାଇଥିଲା। ପରେ ଏହି କାର୍ଯ୍ୟକ୍ରମକୁ ଏସସିବିରୁ ବାଦ୍ ଦିଆଯାଇଛି। ଫଳରେ ପ୍ରତିବର୍ଷ ଏକାଧିକ ଶିଶୁ ରୋଗୀ ଏସସିବି ଇଏନ୍ଟି ବିଭାଗରୁ ଫେରୁଛନ୍ତି। ଏ ସମ୍ପର୍କରେ ଏସସିବି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ବେଳେ ଏଭଳି ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ସମ୍ପର୍କରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଉଦ୍ବେଗ ସୃଷ୍ଟି କରିଛି।
Ganesh Chaturthi: ମାଟି ମୂର୍ତ୍ତି ବଦଳରେ ପ୍ଲାଷ୍ଟର ଅଫ ପ୍ୟାରିସ୍ ମୂର୍ତ୍ତିର ଆଦର ଅଧିକ
କକ୍ଲିୟର ଇମ୍ପ୍ଲାଣ୍ଟ ଅସ୍ତ୍ରୋପଚାର ହେଉଛି ଏକ ଅତ୍ୟାଧୁନିକ ଅସ୍ତ୍ରୋପଚାର। ଜନ୍ମରୁ ଶ୍ରବଣ ଶକ୍ତି ହରାଇଥିବା (ବଧିର) ଶିଶୁଙ୍କୁ ୩ ବର୍ଷ ଭିତରେ ଅସ୍ତ୍ରୋପଚାର କରି ଏହାକୁ ଠିକ୍ କରାଯାଇପାରିବ। ଏହି ଧରଣର ଶିଶୁଙ୍କ କାନରେ କକ୍ଲିୟର ଇମ୍ପ୍ଲାଣ୍ଟ ନାଁରେ ଏକ ବୈଦ୍ୟୁତିକ ଯନ୍ତ୍ରାଂଶ ଲଗାଯାଇ ସେମାନଙ୍କୁ ଶୁଣିବାରେ ସାହାଯ୍ୟ କରାଯାଏ। ସାଧାରଣ ହିୟରିଂ ଏଡ୍ ରୋଗୀଙ୍କ କ୍ଷେତ୍ରରେ ଏହା କାମ କରିନଥାଏ। ସେଥିପାଇଁ ସେମାନଙ୍କ ପାଇଁ ଏହି ଧରଣର ଅସ୍ତ୍ରୋପଚାରରୁ ସୁଫଳ ମିଳିପାରିବ। ଏହି ମେସିନର ଗୋଟିଏ ଅଂଶ କାନ ବାହାର ପଛପଟେ ଲଗାଯାଏ। ଏଥିରେ ମାଇକ୍ରୋଫୋନ୍ ଥାଏ। ଏହା ବାହାର ଶବ୍ଦକୁ ଗ୍ରହଣ କରି ଡିଜିଟାଲ୍ ସିଗନାଲ୍ରେ ପରିଣତ କରିଥାଏ। ଅନ୍ୟ ଏକ ଅଂଶ ଅସ୍ତ୍ରୋପଚାର ମାଧ୍ୟମରେ କାନ ଭିତରେ ଲଗାଯାଏ। ଏହା ସିଧାସଳଖ ଶ୍ରବଣ ସ୍ନାୟୁ ଓ ମସ୍ତିଷ୍କ ମଧ୍ୟରେ ସଂଯୋଗ କରିଥାଏ। ଏହି ମେସିନ୍ର ଦାମ୍ ୬ ଲକ୍ଷ ଟଙ୍କା। ବିଦେଶରୁ ଆମଦାନି ହେଉଥିବା ତିନୋଟି ଘରୋଇ କମ୍ପାନିର ମେସିନ ଭାରତରେ ଉପଲବ୍ଧ। ଅନ୍ୟ ରାଜ୍ୟଗୁଡ଼ିକରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ମାଗଣାରେ ଏହି ଯନ୍ତ୍ରାଂଶ ଯୋଗାଇ ଦିଆଯାଉଛି। କିନ୍ତୁ ଓଡ଼ିଶାରେ ସରକାରୀ ମେଡିକାଲ୍ କଲେଜ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି।
Drinking water: ପ୍ରଦୂଷିତ ଭୂତଳ ଜଳ ପାଇଁ ବିକଳ୍ପ ପଦକ୍ଷେପ; ନିର୍ମଳ ବୁନ୍ଦା ଲୋକାର୍ପିତ
୫ ବର୍ଷ ତଳେ କେନ୍ଦ୍ର ସରକାରଙ୍କ ଏଡିଆଇପି ଯୋଜନାରେ ଏସସିବିକୁ ମେସିନ ଯୋଗାଣ ହୋଇଥିଲା। ଜଣେ ଶିଶୁ ରୋଗୀର ସଫଳ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ଏହା ପରେ ଏସ୍ସିବି ଇଏନ୍ଟି ବିଭାଗ ୪ ଜଣ ଶିଶୁ ରୋଗୀଙ୍କୁ ଅସ୍ତ୍ରୋପଚାର କରିବାକୁ ଏକାଠି କରିଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଯନ୍ତ୍ରାଂଶ ଯୋଗାଣ କରାଗଲା ନାହିଁ। ଏହି ଯୋଜନାରେ ଏସସିବିକୁ ବାଦ୍ ଦେବାରୁ ସେବେଠାରୁ ଏଠାରେ କକ୍ଲିୟର ଇମ୍ପ୍ଲାଣ୍ଟ ଅସ୍ତ୍ରୋପଚାର ହୋଇପାରୁନାହିଁ। ଘରୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଏହି ମେସିନ ଦାମ ୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଅସ୍ତ୍ରୋପଚାରକୁ ମିଶାଇଲେ ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ଅନେକ ରୋଗୀ ଅସ୍ତ୍ରୋପଚାର କରିବାରେ ଅକ୍ଷମତା ପ୍ରକାଶ କରୁଛନ୍ତି। ଏସ୍ସିବିରେ ଏହି କାର୍ଯ୍ୟକ୍ରମ ପୁଣି ଥରେ ସକ୍ରିୟ କରିବା ପାଇଁ ରୋଗୀଙ୍କ ଅଭିଭାବକମାନେ ନିୟମିତ ବ୍ୟବଧାନରେ ଇଏନ୍ଟି ବିଭାଗ ଓ ଏସ୍ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଦାବି କରି ଆସୁଥିବା ବେଳେ ଏ କ୍ଷେତ୍ରରେ ସରକାରୀ ସ୍ତରରେ କେବେ ନିଷ୍ପତ୍ତି ନିଆଯିବ, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

5 days ago
8


